ପାସପୋର୍ଟ ତିଆରି କରୁଥିଲେ, ଜାଣନ୍ତୁ ନୂଆ ନିୟମ, ସରକାର କଲେ ବଡ଼ ପରିବର୍ତ୍ତନ
ଏଣିକି ଏମିତି ତିଆରି କରନ୍ତୁ ପାସପୋର୍ଟ, ଜାଣନ୍ତୁ ନୂଆ ନିୟମ
ନୂଆଦିଲ୍ଲୀ: ପାସପୋର୍ଟର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ୧ ଅକ୍ଟୋବର ୨୦୨୩ ବା ତା ପରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ହିଁ ଜନ୍ମ ତିଥିର ଏକମାତ୍ର ପ୍ରମାଣ ହେବ। ଅର୍ଥାତ ଯଦି ଆପଣଙ୍କ ଜନ୍ମ ୧ ଅକ୍ଟୋବର ୨୦୨୩ ପରେ ହୋଇଛି, ତେବେ ପାସପୋର୍ଟ ତିଆରି ପାଇଁ ଆପଣଙ୍କୁ ଜନ୍ମ ପ୍ରମାଣପତ୍ର ଦେବାକୁ ପଡିବ।
ପାସପୋର୍ଟର ନୂଆ ନିୟମ: ପୂର୍ବରୁ ଲୋକେ ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ ବା ସ୍କୁଲ ଛାଡ଼ିବାର ପ୍ରମାଣ ପତ୍ର ଭଳି ଡକ୍ୟୁମେଣ୍ଟର ବ୍ୟବହାର କରିପାରୁଥିଲେ। ହେଲେ ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ, କେବଳ ଜନ୍ମ ପ୍ରମାଣପତ୍ର ହିଁ ଯୋଗ୍ୟ ରହିବ।
କେନ୍ଦ୍ର ସରକାର ଏହି ସଂଶୋଧନକୁ ଲାଗୁ କରିବା ଲାଗି ଏକ ଅଫିସିଆଲ ସୂଚନା ଜାରି କରିଥିଲେ। ଏହି ନିୟମ ଲାଗୁ ହେବା ପୂର୍ବରୁ ଅଫିସିଆଲ ଗଜଟରେ ପ୍ରକାଶିତ କରାଯିବ।
୨୦୨୩ ପୂର୍ବରୁ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ନିୟମ: ଏହି ଲୋକଙ୍କ ପାଇଁ ପୁରୁଣା ନିୟମ ରହିବ। ୧ ଅକ୍ଟୋବର ୨୦୨୩ ପୂର୍ବରୁ ଜନ୍ମ ହୋଇଥିବା ଲୋକେ ଆପଣଙ୍କ ପାଖେ ଥିବା ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ ବା ଅନ୍ୟ କୌଣସି ସରକାରୀ ଡକ୍ୟୁମେଣ୍ଟ ଯେଉଁଥିରେ ଆପଣଙ୍କର ଜନ୍ମ ତିଥି ଲେଖାଯାଇଥିବ, ତେବେ ଆପଣ ତାହାକୁ ବ୍ୟବହାର କରିପାରିବେ।