fbpx

ଆଧାର ଠାରୁ ନେଇ DL ପର୍ଯ୍ୟନ୍ତ ଆସନ୍ତା ମାସରେ ବଦଳିଯିବ ନିୟମ, କେବଳ ବାର୍ଥ ସାର୍ଟିଫିକେଟରେ ହୋଇଯିବ ଅନେକ କାମ

ନୂଆଦିଲ୍ଲୀ: ଜନ୍ମ-ମୃତ୍ୟୁ ପଞ୍ଜୀକରଣ ଅଧିନିୟମ, ସାରା ଦେଶରେ ୧ ଅକ୍ଟୋବର ୨୦୨୩ ରୁ ଲାଗୁ ହେବାକୁ ଯାଉଛି । ଏଏନଆଇ ଖବର ମୁତାବକ, ବର୍ତ୍ତମାନ ବାର୍ଥ ସାର୍ଟିଫିକେଟର ଗୁରୁତ୍ୱ ଅଧିକ ବଢିଯିବ । ଏହି ସିଙ୍ଗଲ ଡକ୍ୟୁମେଣ୍ଟକୁ ଆପଣ ବହୁ କାର୍ଯ୍ୟରେ ଯେପରି ସ୍କୁଲ, କଲେଜରେ ଆଡମିଶନ, ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆପ୍ଲିକେସନ, ଭୋଟର ଲିଷ୍ଟରେ ନାମ ପଞ୍ଜୀକରଣ କରିବା, ଆଧାର ରେଜିଷ୍ଟ୍ରେସନ, ବିବାହ ରେଜିଷ୍ଟ୍ରେସନ ବା ସରକାରୀ ଚାକିରିର ଆପ୍ଲିକେସନ ବ୍ୟବହାର କରିପାରିବେ ।

ଆପଣ କେବଳ ଜନ୍ମ ପ୍ରମାଣ ପତ୍ର ଜରିଆରେ ଆଧାର ଠାରୁ ନେଇ ଡ୍ରାଇଭିଙ୍ଗ ଲାଇସେନ୍ସ ପର୍ଯ୍ୟନ୍ତ ସମସ୍ତ ଜରୁରୀ କାଗଜପତ୍ର ବିନା କୌଣସି ଅସୁବିଧାରେ ତିଆରି କରିପାରିବେ । ଏହି ବିଲକୁ ଲୋକସଭାରେ ୧ ଅଗଷ୍ଟ ଏବଂ ରାଜ୍ୟସଭାରେ ୭ ଅଗଷ୍ଟ ୨୦୨୩କୁ ପାସ କରାଯାଇଛି । ଏହାପରେ କେନ୍ଦ୍ର ସରକାର ଏହାରି ଉପରେ ନୋଟିଫିକେସନ ଜାରି କରି ନୂଆ ନିୟମକୁ ୧ ଅକ୍ଟୋବରରେ ଲାଗୁ କରିବାର ଘୋଷଣା କରିଛି ।

ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ନିୟମ ପରିବର୍ତ୍ତନ କରିବା ପଛରେ ମୁଖ୍ୟ କାରଣ ହେଉଛି ଯେ, ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଜନ୍ମ ଏବଂ ମୃତ୍ୟୁ ପରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଜନ୍ମ ଏବଂ ମୃତ୍ୟୁର ଡାଟାକୁ ନିଜ ନିଜ ଭିତରେ ଅଂଶୀଦାର କରିବାକୁ ସମର୍ଥ ହେବେ ।

Get real time updates directly on you device, subscribe now.