ଏପ୍ରିଲରୁ ଏହି କ୍ରେଡିଟ୍ କାର୍ଡଗୁଡ଼ିକରେ ହେବ କି ବଡ଼ ପରିବର୍ତ୍ତନ? ନିୟମ ବଦଳାଇଲେ SBI, IDFC ଓ Axis ବ୍ୟାଙ୍କ

ନୂଆଦିଲ୍ଲୀ: ୧ ଏପ୍ରିଲ୍ ୨୦୨୫ରୁ ଦେଶର ଅନେକ ପ୍ରମୁଖ ବ୍ୟାଙ୍କ ସେମାନଙ୍କର କ୍ରେଡିଟ୍ କାର୍ଡର ଆୱାଡ ପଏଣ୍ଟ ପରିବର୍ତ୍ତନ କରିପାରନ୍ତି । ଯଦି ଆପଣ ମଧ୍ୟ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣ ଉପରେ ଏହାର ପ୍ରଭାବ ପଡ଼ିବ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏସବିଆଇ, ଆଇଡିଏଫସି ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କ ସେମାନଙ୍କର ଆୱାଡ ପଏଣ୍ଟ ପରିବର୍ତ୍ତନ କରିପାରନ୍ତି । ଯାହାର ପ୍ରଭାବ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ଉପରେ ପଡ଼ିପାରେ ।

କ୍ରେଡିଟ୍ କାର୍ଡରେ କ’ଣ ପରିବର୍ତ୍ତନ ହେବ?
ଏସବିଆଇ କ୍ରେଡିଟ୍ କାର୍ଡ– ୧ ଏପ୍ରିଲ୍ ୨୦୨୫ରୁ ଦେଶର ଅଗ୍ରଣୀ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଆୱାଡ ପଏଣ୍ଟଗୁଡ଼ିକୁ ସଂଶୋଧନ କରିପାରେ । ପୂର୍ବରୁ ଏସବିଆଇ କାର୍ଡ ବ୍ୟବହାରକାରୀମାନେ ସ୍ୱିଗୀ ବ୍ୟବହାର କରିବା ଉପରେ ୧୦ଏକ୍ସ ଆୱାଡ ପଏଣ୍ଟ ପାଉଥିଲେ । କିନ୍ତୁ ଏବେ ଏହାକୁ ୫ଏକ୍ସ ରିୱାଡ ପଏଣ୍ଟକୁ ହ୍ରାସ କରାଯାଇପାରେ ।

ସେହିପରି ଏସବିଆଇର ଏୟାର ଇଣ୍ଡିଆ ପ୍ଲାଟିନମ୍ କ୍ରେଡିଟ୍ କାର୍ଡରେ ୧୦୦ ଟଙ୍କା ଖର୍ଚ୍ଚ କରିବା ଉପରେ ଜଣେ ୧୫ ରିୱାର୍ଡ ପଏଣ୍ଟ ପାଉଥିଲେ । କିନ୍ତୁ ଏବେ ଏହାକୁ କମ୍ କରି ୫ ରିୱାର୍ଡ ପଏଣ୍ଟ କରାଯିବ । ସିଗନେଚର କ୍ରେଡିଟ୍ କାର୍ଡରେ ୩୦ ପଏଣ୍ଟ ଉପଲବ୍ଧ । କିନ୍ତୁ ଏବେ ଏହାକୁ ୧୦ କୁ ହ୍ରାସ କରାଯାଇପାରିବ ।

ଆଇଡିଏଫସି ଫାଷ୍ଟ ବ୍ୟାଙ୍କ – ଏହି ବ୍ୟାଙ୍କ ବର୍ତ୍ତମାନ କ୍ଲବ ଭିସ୍ତାରା କ୍ରେଡିଟ୍ କାର୍ଡ ପ୍ରଦାନ କରେ । ଯାହା ଅଧୀନରେ ଗ୍ରାହକମାନେ ମହାରାଜା ପଏଣ୍ଟର ସୁବିଧା ପାଇପାରିବେ । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ, ଏବେ ଏହି କାର୍ଡ ୩୧ ମାର୍ଚ୍ଚ ୨୦୨୫ ରୁ ବନ୍ଦ ହୋଇପାରେ ।

ଆକ୍ସିସ୍ ବ୍ୟାଙ୍କ– ମିଡିଆ ରିପୋର୍ଟ ଅନୁଯାୟୀ, ଆକ୍ସିସ୍ ବ୍ୟାଙ୍କ ବର୍ତ୍ତମାନ ଭିସ୍ତାରା କ୍ରେଡିଟ୍ କାର୍ଡ ପ୍ରଦାନ କରୁଛି । ବ୍ୟାଙ୍କ ଖୁବ୍ ଶୀଘ୍ର ଏଥିରେ ପରିବର୍ତ୍ତନ ଆଣିପାରେ । କୁହାଯାଉଛି ଯେ ୧୮ ଏପ୍ରିଲ୍ ୨୦୨୫ ଠାରୁ କାର୍ଡ ନବୀକରଣ ପାଇଁ କୌଣସି ବାର୍ଷିକ ଶୁଳ୍କ ନିଆଯିବ ନାହିଁ । ସେହି ସମୟରେ, କାର୍ଡ ବ୍ୟବହାରକାରୀଙ୍କ ପାଇଁ ମହାରାଜା କ୍ଲବର ସଦସ୍ୟତା ମଧ୍ୟ ବନ୍ଦ ହୋଇଯିବ ।