fbpx

ନୂଆ ଟିମ ଗଠନ କଲା ବିଜେଡ଼ି: ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ୧୫ ଜଣିଆ କମିଟି, ବାଦ ପଡ଼ିଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ୧୫ ଜଣିଆ ସଦସ୍ୟ ଟିମ୍ । ରାଜ୍ୟରେ ବିଭିନ୍ନ କାର୍ଯ୍ୟ ସମନ୍ବୟ ରକ୍ଷା ପାଇଁ ୧୫ ଜଣିଆ ଟିମ୍ ଗଠନ କରିଛି ବିଜେଡି । ବିଜେଡିର ନୂତନ ଟିମରୁ ବାଦ୍ ପଡିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଖବର ଅନୁସାରେ, ରାଜ୍ୟସଭାରୁ ପୂର୍ବତନ ସାଂସଦ ମମତା ମହନ୍ତଙ୍କ ଇସ୍ତଫା ଦେବା ପରେ ରାଜ୍ୟସଭାକୁ ପ୍ରଣବଙ୍କୁ ପଠାଇବା ପାଇଁ ବିଜେଡି ଯୋଜନା କରୁଥିବାର ଚର୍ଚ୍ଚା ଜୋର ଧରିଥିବା ବେଳେ କମିଟିରୁ ପ୍ରଣବ ବାଦ୍ ପଡିବା ଚର୍ଚ୍ଚାକୁ ଆହୁରି ଆଶଙ୍କା ବଢେଇଛି ।

ସେହିପରି ପ୍ରଣବ ପ୍ରକାଶ ଦାସ ନୂଆ କମିଟିରୁ ବାଦ ପଡିବା ପରେ ନୂତନ କମିଟିର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ରହିଛନ୍ତି । ଏଥିସହ ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ଼. ଅରୁଣ କୁମାର ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ୟ୍ୟ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ ନୂତନ କମିଟିରେ ସଦସ୍ୟ ଭାବରେ ରହିଛନ୍ତି ।

Get real time updates directly on you device, subscribe now.