fbpx
BJD SKY
BJD SKY

ବିଜୁ ଯୁବ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଦଳ ତରଫରୁ ବି.ଜେ.ପି ଦୁଷ୍କର୍ମ କାରୀଙ୍କ ଦଣ୍ଡ ପାଇଁ କାଲିମେଳା ଥାନାରେ ଦାବିପତ୍ର ।

BJD

ପଡିଆ/କାଲିମେଳା,୨୪/୦୧:- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବି.ଜେ.ପି ମଣ୍ଡଳ ସଭାପତି ଅବଧୂତ ପ୍ରସାଦ ଦୂର୍ଗା ଗତ ଶୁକ୍ରବାରରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ କୋଟ ଚାଲାଣ ହୋଇଥିଲେ । ପରେ ବି.ଜେ.ପି ଦଳ ସଭାପତି ତଥା ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଏକ ପ୍ରେସ ନୋଟ ଜରିଆରେ ଗଣମାଧ୍ୟମକୁ ଜଣାଇ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସୂଚନା ମୁତାବକ ଅବଧୂତ ବହୁ ଦିନ ଧରି ଜଣେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କରେ ଲିପ୍ତ ଥିଲେ । ପରେ ମହିଳା ଜଣକ ଅନ୍ୟତ୍ର ବିବାହ କରି ଦିଲ୍ଲୀରେ ରହୁଥିଲେ,ହେଲେ ସେ ତାଙ୍କୁ ବହୁତ ଅଶ୍ଳୀଳ ମେସେଜ କରି ହଇରାଣ କରୁଥିବା ନେଇ ମହିଳା ଜଣକ ଦିଲ୍ଲୀ ପୋଲିସ ଷ୍ଟେସନରେ ଏତଲା କରିଥିଲେ । ପରେ ଦିଲ୍ଲୀ ପୋଲିସ ପକ୍ଷରୁ କାଲିମେଳା ଥାନା ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇବା ପରେ କାଲିମେଳା ପୋଲିସ ପକ୍ଷରୁ ସମ୍ପୃକ୍ତ ବି.ଜେ.ପି କର୍ମୀ ଅବଧୂତ ପ୍ରସାଦ ଦୁର୍ଗାଙ୍କୁ ଗିରଫ କରାଯାଇ ଡାକ୍ତରୀ ମଇନା କଲା ପରେ କୋଟ ଚାଲାଣ କରାଯାଇଥିଲା । ଏହି ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ହେବା ପରେ ଜିଲ୍ଲାରେ ସମସ୍ତ ଦଳୀୟ କର୍ମୀଙ୍କୁ ଛିଛି କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଆଜି କାଲିମେଳା ବ୍ଲକର ବିଜୁ ଯୁବ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଜନତା ଦଳାର ମିଳିତ ଆନୁକୂଲ୍ୟରେ ଏକ ରାଲିର ଆୟୋଜନ କରାଯାଇଥିଲା । ଉକ୍ତ ରାଲିର ମୁଖ୍ୟ ଉଧେର୍ଶ୍ୱ ହେଉଛି ସଂପୃକ୍ତ ବି.ଜେ.ପି ଦୁଷ୍କର୍ମ କାରୀଙ୍କୁ କଠରରୁ କଠର ଦଣ୍ଡ ବ୍ୟବସ୍ଥା କରାଯାଉ ଯେପରି କି ନେତୃ ମଣ୍ଡଳୀମାନେ ଆଗାମୀ ଦିନରେ କେହି ଏହିପରି କୁକର୍ମ କରିବାକୁ ସାହସ ନ କରନ୍ତୁ ।

Get real time updates directly on you device, subscribe now.