fbpx

ହୃଦଘାତରେ ବିଜେଡି ବିଧାୟକ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ହୃଦଘାତ କାରଣରୁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ଗୁରୁବାର ପରଲୋକ ଘଟିଛି । ହୃଦଘାତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ୬୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି । ରାଜନୀତିରେ ଯୋଗ ଦେବା ପୂର୍ବରୁ ଶ୍ରୀ ମହାନ୍ତି ଜଣେ ଓକିଲ ରହିଥିଲେ । ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

୪ ଥର ବିଧାୟକ ରହି ସାରିଥିବା କିଶୋର ୩ ଥର ଝାରସୁଗୁଡାରୁ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ବ୍ରଜରାଜନଗରରୁ ଜିତିଥିଲେ । ଏହା ସହିତ ପୂର୍ବରୁ ଓଡ଼ିଶା ବିଧାନସଭାରେ ବାଚସ୍ପତି ଏବଂ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି କିଶୋର ।

Get real time updates directly on you device, subscribe now.