fbpx

ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ପୁଣି ଥରେ ବିଜେଡିର କଡା ପଦକ୍ଷେପ । ଦଳବିରୋଧୀ କାର୍ଯ୍ୟ ପାଇଁ ଆଉ ଜଣେ କର୍ମୀଙ୍କୁ ବିଜେଡି ପକ୍ଷରୁ ନିଲମ୍ବନ କରାଯାଇଛି । ପୁରୀ ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଦସ୍ୟ ପ୍ରଭାକର ସାମନ୍ତରାଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି ।

ପୂର୍ବରୁ ଏକାଧିକ କର୍ମୀଙ୍କୁ ମଧ୍ୟ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି ।ପୂର୍ବତନ ପଞ୍ଚାୟତ ସମତି ସଦସ୍ୟ ରହିଥିବା ସାମନ୍ତରାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି । ବିଜେଡି ସାଧାରଣ ସମ୍ପାଦକ(ମିଡିଆ) ମାନସ ମଙ୍ଗରାଜ ଏହି ସୂଚନା ଶେୟାର କରିଛନ୍ତି ।

Get real time updates directly on you device, subscribe now.