fbpx

ବିଜେଡିକୁ ବୃହତ୍ ଝଟକା: କଣ୍ଟାବାଞ୍ଜି ଆସନରୁ ହାରିଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଓଡ଼ିଶାର ନଜର ରହିଥିଲା । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଯଥେଷ୍ଟ ମାତ୍ରାରେ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନର ଫଳାଫଳ ସତେ ଯେମିତି ସବୁକିଛି ବଦଳାଇ ଯାଇଛି । ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ଭଗବାନ ଏହା ପ୍ରମାଣିତ ହୋଇଛି ।

ତେବେ ବର୍ତ୍ତମାନର ରିପୋର୍ଟ ମୁତାବକ, ରାଜ୍ୟରେ ବିଜେପି ୭୩ଟି ଆସନରେ ଆଗୁଆ ରହିବା ସହିତ ୮ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେଡି ୪୭ଟିରେ ଆଗୁଆ ରହିବା ସହିତ ଗୋଟିଏ ଆସନରେ ବିଜୟୀ ହୋଇଛି । କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିବା ସହିତ ୧ଟି ଆସନରେ ବିଜୟୀ ହୋଇଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ପରାସ୍ତ ହୋଇଛନ୍ତି । ନବୀନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଏହି ଆସନରେ ଆଜି କ୍ରମାଗତ ଭାବେ ଅପ-ଡାଉନ୍ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ନବୀନ ପରାସ୍ତ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.