ଭୁବନେଶ୍ୱର: ବିଧାନସଭା ଗୃହରେ ଗଙ୍ଗାଜଳ ଛିଞ୍ଚିଲା ବିରୋଧୀ ଦଳ ବିଜେଡି ।
କଂଗ୍ରେସର ୧୪ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିବା ନେଇ କଂଗ୍ରେସର ପ୍ରତିବାଦ ପ୍ରଦର୍ଶନ କରିଛି ।
ଆଟିକାରେ ଗଙ୍ଗାଳଜ ସାଙ୍ଗକୁ ଆମ୍ବପତ୍ର ନେଇ ଗୃହ ମଧ୍ୟରେ ବିଜେଡି ବିଧାୟକ ମାନେ ଗଙ୍ଗାଜଳ ଛିଞ୍ଚିଥିବା ଦେଖିବାକୁ ମିଳିଛି ।
ଗୃହ ମଧ୍ୟରେ ଏପରି ନ କରିବାକୁ ବାଚସ୍ପତି ସୁରମା ପାଢ଼ୀ କହିଥିବାବେଳେ ମନ୍ତ୍ରୀ ସୁରେଶ ପୂଜାରି କହିଥିଲେ, ବିଧାନସଭା ଏକ ପରିତ୍ର ଗୃହ, ଏଠାରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବାର କୌଣସି କାରଣ ନାହିଁ ।
ଗୃହରେ ବିନା ବିରୋଧୀ କଂଗ୍ରେସରେ ପ୍ରଶ୍ନକାଳ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ଚାଲିଛି ।