fbpx
BJD SKY
BJD SKY

ରାଜ୍ୟସଭା ନିର୍ବାଚନ: ଓଡ଼ିଶା ଓ ମଧ୍ୟପ୍ରଦେଶ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେନେଇ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ନିକଟରେ ବିଜେଡି ରାଜ୍ୟସଭା ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ମଧ୍ୟ ବିଭିନ୍ନ ରାଜ୍ୟ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଥିଲା ।

ତେବେ ଏହା ମଧ୍ୟରେ ଆଜି ବିଜେପି ପକ୍ଷରୁ ଦୁଇଟି ରାଜ୍ୟ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଛି । ପୂର୍ବଥର ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ବେଳେ ଏଥର ମଧ୍ୟ ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ସେହିପରି ମଧ୍ୟପ୍ରଦେଶ ପାଇଁ ବିଜେପି ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଡା. ଏଲ. ମୁରୁଗନ, ଉମେଶ ନାଥ ମହାରାଜ, ମାୟା ନାରୋଲିୟା, ବଂଶୀଲାଲ ଗୁର୍ଜରଙ୍କ ନାମ ଲିଷ୍ଟରେ ରହିଛି ।

ରାଜ୍ୟସଭାରେ ବିଭିନ୍ନ ବିଲ୍ ପାସ୍ ପାଇଁ ବହୁ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ ହୋଇଥାଏ । ତେଣୁ ରାଜନୈତିକ ଦଳମାନେ ଦେଖି ଚାହିଁ ଯୋଗ୍ୟ ନେତାଙ୍କୁ ଚୟନ କରୁଛନ୍ତି । ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ସେମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ୨ ବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥାଏ ।

Get real time updates directly on you device, subscribe now.