ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ନଭେମ୍ବର ମାସ ୧୩ ଓ ୨୦ ତାରିଖରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟିଂ ଅନୁଷ୍ଠିତ ହେବ । ଏହାପରେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୬୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଧନବାର ଆସନରୁ ବାବୁଲାଲ ମରାଣ୍ଡି ଓ ସରାୟକେଲା ଆସନରୁ ଚମ୍ପାଈ ସୋରେନଙ୍କୁ ଦଳ ଟିକେଟ୍ ପ୍ରଦାନ କରିଛି ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୬୬ ଜଣ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେଇଛି । ଏହି ଲିଷ୍ଟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଈ ସୋରେନଙ୍କ ନାମ ସାମିଲ ରହିଛି । ଚମ୍ପାଈଙ୍କୁ ଦଳ ସରାୟକେଲା ବିଧାନସଭା ଆସନରୁ ଟିକେଟ ଦେଇଛି । ଚମ୍ପାଈ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏଥିସହିତ ଦଳ ବାବୁଲାଲ ମରାଣ୍ଡୀଙ୍କୁ ମଧ୍ୟ ଧନବାନ ଆସନରୁ ପ୍ରାର୍ଥୀ କରିଛି ।

Get real time updates directly on you device, subscribe now.