fbpx

BJPର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା

Advertisement

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଜାରି ରହିଥିବା ବେଳେ ଏହି ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ହିମାଚଳ ପ୍ରଦେଶର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିଛି । ରାଜୀବ ବିନ୍ଦଲ ରାଜ୍ୟ ବିଜେପିର ନୂଆ ଅଧ୍ୟକ୍ଷ ହୋଇଛନ୍ତି । ଏନେଇ ଦଳର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ରାଜୀବ ନିଜର ଦାୟିତ୍ୱ ଆରମ୍ଭ କରିବେ ।

ଏହା ପୂର୍ବରୁ ମଧ୍ୟ ରାଜୀବ ରାଜ୍ୟ ଅଧ୍ୟକ୍ଷ ପଦରେ ରହିଥିଲେ । ଗତ ୨୦୨୦ ମସିହା ମେ ମାସ ୨୭ ତାରିଖରେ ସେ ରାଜ୍ୟ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ଅଡିଓ ଭାଇରାଲ ମାମଲାକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିଲେ । ସେହି ମାମଲାରେ ପାଞ୍ଚ ଲକ୍ଷ ଟଙ୍କାର ବେଆଇନ କୋଭିଡ-୧୯ ସାମଗ୍ରୀ କ୍ରୟ କରାଯାଇଥିବା ଜଣାପଡ଼ିଥିଲା । ରାଜ୍ୟ ବିଧାନସଭା ନିର୍ବାଚନ ସମାପ୍ତ ହେବାର ୪ ମାସ ପରେ ବିଜେପି ବଡ଼ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖରେ ରାଜ୍ୟର ପୂର୍ବତନ ବିଜେପି ଅଧ୍ୟକ୍ଷ ସୁରେଶ କାଶ୍ୟପ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆସନ୍ତା ମାସ ୨ ତାରିଖରେ ରାଜ୍ୟରେ ମହାନଗର ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳକୁ ଏକ ବଡ଼ ଝଟକା ଲାଗିଥିଲା । କାଶ୍ୟମ ଶିମଲା ଲୋକସଭା ଆସନରୁ ସାଂସଦ ରହିଥିବା ବେଳେ ଆସନ୍ତା ମେ ମାସରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିଲେ । ତେବେ ରାଜନୈତିକ ଫାଇଦା ଦୃଷ୍ଟିରୁ ଦଳ ଯଥାସମ୍ଭବ ନୂଆ ରାଜ୍ୟ ମଙ୍ଗୁଆଳଙ୍କ ନାମ ଘୋଷଣା କରିଛି ।

Get real time updates directly on you device, subscribe now.