fbpx

ନୟାଗଡ଼ରେ ଟ୍ରେଣ୍ଡ ବଦଳିଲା: ଆଗକୁ ବଢ଼ିଲେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି । ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ତେବେ ବର୍ତ୍ତମାନ ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୭୪ଟିରେ, ବିଜେଡି ୫୬ଟିରେ, କଂଗ୍ରେସ ୧୪ଟିରେ, ସିପିଆଇ ୧ଟିରେ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନରେଆଗରେ ରହିଛନ୍ତି । ବର୍ତ୍ତମାନର ଖବର ମୁତାବକ, ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱର ସିଂହ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅରୁଣ କୁମାର ସାହୁଙ୍କ ଠାରୁ ୮୨ଟି ଭୋଟରେ ଆଗରେ ରହିଛନ୍ତି । ପ୍ରତ୍ୟୁଷା ୩୭,୯୮୬ଟି ଭୋଟରେ ଆଗରେ ରହିଛନ୍ତି । ଏହା ପୂର୍ବରୁ ଅରୁଣ ଆଗରେ ରହିଛନ୍ତି । ସମସ୍ତ ଆସନରେ ତଳ-ଉପର ଟ୍ରେଣ୍ଡ ହୋଇଛି ଚାଲିଛି । ଜଣେ ପ୍ରାର୍ଥୀ ଆଗୁଆ-ପଛୁଆ ଦେଇ ଗତି କରୁଛନ୍ତି । ତେଣୁ ଫାଇନାଲ ଗଣତି ନହେବା ପର୍ଯ୍ୟନ୍ତ ସ୍ଥିତି ବିଷୟରେ କିଛି କହିହେବ ନାହିଁ ।

Get real time updates directly on you device, subscribe now.