fbpx

‘ସାହସ ଅଛି ଯଦି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରନ୍ତୁ…’, ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଲା ବିଜେପି

Advertisement

କୋଲକାତା: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ବିଜେପି ନେତ୍ରୀ ଅଗ୍ନିମିତ୍ରା ପାଲ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସାଂସଦ ମୁଖ୍ୟ ମମତା ବାନାର୍ଜୀଙ୍କୁ ବାରାଣାସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଟିଏମସି ସୂତ୍ରରୁ ପ୍ରକାଶ ଯେ ଓଘଊଓଇ ଇକ୍ଷକ୍ଷସବଦ୍ଭମରର ୪ର୍ଥ ବୈଠକରେ ବାରାଣାସୀ ଆସନରୁ ଲଢ଼ିବା ପାଇଁ ପ୍ରାର୍ଥୀ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ପ୍ରସ୍ତାବିତ କରିଥିଲେ । ଏହା ପରେ ଅଗ୍ନିମିତ୍ରା ପାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା ।

ଏଏନଆଇ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଅଗ୍ନିମିତ୍ରା କହିଥିଲେ, ‘ମମତା ବାନାର୍ଜୀଙ୍କର ଯଦି ସାହସ ଅଛି ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରନ୍ତୁ । ଆପଣ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ? ଜଣେ ମୁଖ୍ୟମନ୍ତ୍ରୀ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ମୁକାବିଲା କରିବେ ? ଦେଖିବା କେତେ ସାହସ ଅଛି ?’

 

Get real time updates directly on you device, subscribe now.