fbpx

ରାଜ୍ୟସଭା ନିର୍ବାଚନ ପାଇଁ BJP ଘୋଷଣା କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ରାଜ୍ୟରୁ କିଏ ହେଲା ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୫୭ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ମାସ ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ରହିଥିବା ବେଳେ ବିଜେପି ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଉତ୍ତରପ୍ରଦେଶର ୬ଟି ସିଟ୍ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ବିଭିନ୍ନ ରାଜ୍ୟ ପାଇଁ ପ୍ରାର୍ଥୀଙ୍କର ଏକ ଲିଷ୍ଟ ଜାରି କରିଛି । ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣ୍ଣାଟକରୁ ନିର୍ମଳା ସୀତାରମଣ ଓ ଜଗେଶ, ମହାରାଷ୍ଟ୍ରରୁ ପୀୟୂଷ ଗୋୟଲ ଓ ଡା. ଅନିଲ ସୁଖଦେବରାଓ, ରାଜସ୍ଥାନରୁ ଘନଶ୍ୟାମ ତିୱାରୀ, ଉତ୍ତରପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂହ ନାଗର, ବାବୁରାମ ନିଷାଦ, ଦର୍ଶନା ସିଂହ, ସଙ୍ଗୀତା ଯାଦବ, ଉତ୍ତରାଖଣ୍ଡରୁ କଳ୍ପନା ସୈନୀ, ବିହାରରୁ ସତୀଶ ଚନ୍ଦ୍ର ଦୁବେ, ଶମ୍ଭୁ ଶରଣ ପଟେଲ, ହରିୟାଣାରୁ କୃଷ୍ଣ ଲାଲ ପୱାରଙ୍କୁ ପ୍ରାର୍ଥୀ କରାଯାଇଛି ।

ଉତ୍ତରପ୍ରଦେଶର ୧୧ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୬ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ୟୁପିର ୭ଟି ରାଜ୍ୟସଭା ସିଟ ପାଇଁ ବିଜେପି ପାଖରେ ପୂର୍ଣ୍ଣ ବହୁମତ ରହିଛି । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମେଣ୍ଟ ପାଖରେ ତିନି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବହୁମତ ରହିଥିବା ବେଳେ ଦଳ ମାତ୍ର ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

Get real time updates directly on you device, subscribe now.