fbpx

ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ

Advertisement

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁରର କୁଦଗୁଣ୍ଡେରପୁରରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ ଭେଟିଛି ବିଜେପି ଦଳ । ବିଧାୟକ ନାଉରି ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ମୃତ ଚାଷୀ କୈବଲ୍ୟ ରୋହିଦାସଙ୍କ ପରିବାରକୁ ସାକ୍ଷାତ କରିଛି । ତେବେ କେଉଁ ପରିସ୍ଥିତିରେ ପଡ଼ି ଚାଷୀ ଆତ୍ମହତ୍ୟା କରିଥିଲେ ସେନେଇ ଟିମ୍ ପଚାରି ବୁଝିଥିବା ଜଣାପଡ଼ିଛି ।

ତେବେ ଏନେଇ ବିଧାୟକ ଶ୍ରୀ ନାଏକ କହିଛନ୍ତି ଯେ, ଆତ୍ମହତ୍ୟା କରିବା ପୂର୍ବରୁ ଚାଷୀ ଋଣଭାର ଯୋଗୁଁ ଚାପଗ୍ରସ୍ତ ଥିଲେ । ଧାନ ବିକ୍ରି କରିପାରି ନଥିବାରୁ କୈବଲ୍ୟ ଗଭୀର ଚିନ୍ତାରେ ରହିଥିଲେ । ଫଳରେ ଶେଷରେ ନିରାଶ ହୋଇ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ତେବେ ଚାଷୀଙ୍କ ମୃତ୍ୟୁ ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ତେଣୁ ପୀଡ଼ିତଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବାକୁ ସେ ଦାବି କହିଥିଲେ । ବିଜେପିର ଏହି ଟିମରେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ଜିଲ୍ଲା ସଭାପତି ଗିରପ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.