fbpx

ମହିଳା ବନ୍ଧୁଙ୍କ ସହ କାରରେ ଧରା ପଡିଲେ ନେତା, ପତ୍ନୀଙ୍କ ହାତରୁ ମାଡ ଖାଇଲେ, ଏବେ ଦଳରୁ ବିଦା କଲା ବିଜେପି

କାନପୁର: ମହିଳା ବନ୍ଧୁଙ୍କ ସହ କାରରେ ରଙ୍ଗେ ହାତ ଧରା ପଡିଥିବା ବିଜେପି ବିଧାୟକଙ୍କ ମୁସ୍କିଲ ବଢିବାରେ ଲାଗିଛି। ବିଜେପି ମହିଳା କର୍ମୀଙ୍କ ସହ ରୋମାନ୍ସ କରିବା ବିଜେପି କାନପୁର-ବୁନ୍ଦେଲଖଣ୍ଡର ପୂର୍ବତନ ଆଞ୍ଚଳିକ ସଂପାଦକ ମୋହିତ ସୋନକରଙ୍କୁ ମହଙ୍ଗା ପଡିଛି। ତାଙ୍କର ଭିଡିଓ ଭାଇରାଲ୍ ହେବା ପରେ ବିଜେପି ଆକ୍ସନ ମୋଡରେ ଆସିଛି। ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଗୋବିନ୍ଦ ନାରାୟଣ ଶୁକ୍ଳା ମୋହିତଙ୍କୁ ପାର୍ଟରୁ ବହିଷ୍କାର କରିଛନ୍ତି।

ଜୁହିରେ ଆନ୍ଦପୁରୀ ପାର୍କ ନିକଟରେ ଶନିବାର ମୋହିତଙ୍କୁ ତାଙ୍କ ପତ୍ନୀ ଏବଂ ଶ୍ଵଶୁରଘର ଲୋକେ ବିଜେପିର ମହିଳା କର୍ମୀଙ୍କ ସହିତ ଧରିଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏ ନେଇ ପତ୍ନୀ ମୋହିତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମୋହିତ ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହି ଘଟଣା ବିଷୟରେ ଅବଗତ ହେବା ପରେ ବିଜେପି ନେତୃତ୍ଵ ରବିବାର ବିଳମ୍ବିତ ରାତ୍ରିରେ ମୋହିତଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇଛନ୍ତି।

ପତ୍ନୀଙ୍କ ଦ୍ଵାରା ଧରା ପଡିବା ପୂର୍ବରୁ ଆଉ ଥରେ ମୋହିତ ସୋନକର ଏବଂ ବିଜେପି ନେତ୍ରୀଙ୍କୁ ପାର୍କରୁ ଧରିଥିଲା ପୋଲିସ୍। ଦୁଇ ସପ୍ତାହ ପୂର୍ବେ ଗୋବିନ୍ଦନଗର ଅଞ୍ଚଳ ନିରାଲାନଗର ସ୍ଥିତ ରେଲଓ୍ଵେ ଗ୍ରାଉଣ୍ଡର ଜଙ୍ଗଲ ଭିତରେ ମିଲ୍କ ବୋର୍ଡର ଫାଣ୍ଡି ଇନଚାର୍ଜ ଗାଡି ଭିତରେ ବସି ରୋମାନ୍ସ କରୁଥିବା ସମୟରେ ଉଭୟଙ୍କୁ ଧରିଥିଲେ। ମୋହିତ ଏବଂ ବିଜେପି ନେତ୍ରୀ କ୍ଷମା ମାଗି ସେଠାରୁ ଚାଲି ଯାଇଥିଲେ।

ମୋହିତ ସୋନକର ଏବଂ ବିଜେପି ନେତ୍ରୀଙ୍କୁ ଧରିବା ପରେ ଚପଲରେ ପିଟିବା ମାମଲାରେ କଥିତ ନେତ୍ରୀଙ୍କ ସ୍ଵାମୀ ମୋହିତ ଏବଂ ତାଙ୍କ ଶଳା ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଅଭିଯୁକ୍ତ ବହିଷ୍କୃତ ବିଜେପି ନେତା ମୋହିତଙ୍କ ପତ୍ନୀ ଆକାଂକ୍ଷା ବିଜେପି ନେତ୍ରୀଙ୍କ ସ୍ଵାମୀ ବିରୋଧରେ ଏସଟି-ଏସସି ସହିତ ଅନ୍ୟ ଧାରାରେ ଏଫଆଇଆର ରୁଜୁ କରାଇଛନ୍ତି।

 

Get real time updates directly on you device, subscribe now.