ଦୁଇ ବିଧାୟକଙ୍କୁ ୬ବର୍ଷ ପାଇଁ ବହିଷ୍କାର କଲା କର୍ଣ୍ଣାଟକ ବିଜେପି, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଡ଼ା ଆକ୍ସନ

ଆକ୍ସନ ମୋଡ଼ରେ କର୍ଣ୍ଣାଟକ ବିଜେପି, ଦୁଇ ବିଧାୟକଙ୍କୁ ୬ବର୍ଷ ପାଇଁ କଲା ବହିଷ୍କାର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେପି କର୍ଣ୍ଣାଟକର ନିଜର ଦୁଇ ବିଧାୟକ ଏସଟି ସୋମଶେଖର ଏବଂ ଏ ଶିବରାମ ହେବାରଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି।

ପିଟିଆଇର ରିପୋର୍ଟ ମୁତାବକ, ବିଜେପିର କର୍ଣ୍ଣାଟକ ଇକାଇର ଅଧ୍ୟକ୍ଷ ବି ୱାଇ ବିଜୟେନ୍ଦ୍ର କହିଛନ୍ତି ଯେ, ଦୁଇ ବିଧାୟକଙ୍କୁ ସେମାନଙ୍କ ପାର୍ଟୀ ବିରୋଧି ଗତିବିଧି କାରଣଗୁଡ଼ିକ ପାଇଁ ବହିଷ୍କାର କରାଯାଇଛି।