fbpx

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଓ ବିଭାଗ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ ?

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜ୍ୟ ବିଜେପ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମଙ୍ଗଳବାର ଓଡିଶାର ବିଶିଷ୍ଟ ଚାଷୀ ନେତା ମାନଙ୍କୁ ନେଇ କୃଷକ ମୋର୍ଚ୍ଚାର ୧୪ଜଣ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଓ ବିଭାଗ ଘୋଷଣା କରିଛନ୍ତି । କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ରୂପେ ଶ୍ୱେତ ଦୋରା (କାଜୁ ଚାଷ) ପାଇଁ ଦାୟିତ୍ୱ ଦିଆଯାଇଛି ।

ସେହିପରି ଜଗନ୍ନାଥ ମହାପାତ୍ର (ଔଷଧୀୟ ବୃକ୍ଷ ଚାଷ), ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି (ମହିଳା ଚାଷୀ ଓ ମତ୍ସ୍ୟ ଚାଷ), ଦିବ୍ୟଶଙ୍କର ଭୋଇ (ଧାନ ପ୍ରୋକ୍ୟୁରମେଣ୍ଟ), ଅଜୟ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନା); ପ୍ରଶାନ୍ତ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା), ସନ୍ତୋଷ କୁମାର ଜେନା (ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା), ପ୍ରମୋଦ କୁମାର ରାଉତରାୟ (କୃଷି ଜାତ ଦ୍ରବ୍ୟ ଆର୍ନ୍ତଜାତୀୟ ରପ୍ତାନୀ ଓ ଆମଦାନୀ), ଜନାର୍ଦନ ଦଳ ବେହେରା (ଜଳସେଚନ), ହରିହର ମହାନ୍ତ (ସୂଚନା ଅଧିକାର ଆଇନ), ଅଜୟ କୁମାର ସାହୁ (କୃଷି ଉଦ୍ୟାନ ବିଭାଗ), ରାଜକିଶୋର ମେଣ୍ଡ୍ଲି (ପାଣି ପଞ୍ଚାୟତ), ଉତ୍ତମ କୁମାର ପାଣିଗ୍ରାହୀ (ଗୋପାଳନ), ଜଗନ୍ନାଥ ଗଡନାୟକ ସିଂହ (ପଶୁ ପାଳନ)ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି ।

Get real time updates directly on you device, subscribe now.