fbpx

ବିଜେପିକୁ ଲାଗିଲା ଆଉ ଏକ ଝଟକା, ଶରଦ ପାୱାରଙ୍କ ଏନସିପିରେ ସୂର୍ଯ୍ୟକାନ୍ତା ପାଟିଲଙ୍କ ଏଣ୍ଟ୍ରି

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଇଛନ୍ତି । ଲୋକସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ଯୋଗୁଁ ଶନିବାର ସୂର୍ଯ୍ୟକାନ୍ତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ସେ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ । ତେବେ ୧୧ ବର୍ଷ ପରେ ପୁଣି ତାଙ୍କର ଘର ବାହୁଡ଼ା ଦଳର ଉତ୍ସାହ ବୃଦ୍ଧି କରିବ ଏବଂ ତାଙ୍କ ନେତୃତ୍ୱ ଗୁଣ ପ୍ରଶଂସା ଯୋଗ୍ୟ
ବୋଲି ଶରଦ ପାୱାର କହିଛନ୍ତି ।

ସୂର୍ଯ୍ୟକାନ୍ତା ପାଟିଲ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ବିଗତ ୧୦ ବର୍ଷରେ ସେ ବହୁତ କିଛି ଶିଖିଛନ୍ତି ଏବଂ ଏଥିପାଇଁ ସେ ଦଳକୁ ଧନ୍ୟବାଦ ଦେଉଛନ୍ତି । ସେ ଅନେକ ଥର ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱନକୁଲେଙ୍କୁ ଭେଟିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ତାଙ୍କୁ ଆପଏଣ୍ଟମେଣ୍ଟ ମିଳିନଥିଲା ।’ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରମୁଖ ନେତାଙ୍କ ଇସ୍ତଫା ଦେବା ବିଜେପି ପାଇଁ ଚିନ୍ତାର ବିଷୟ ପାଲଟିଛି । ସୂତ୍ରରୁ ପ୍ରକାଶ ଯେ ବିଜେପିରେ ଅଶୋକ ଚହ୍ୱାନଙ୍କ ଏଣ୍ଟ୍ରି ଏବଂ ରାଜ୍ୟସଭାରେ ପଠାଯିବା ନେଇ ସେ ପାଟିଲ ଅସନ୍ତୁଷ୍ଟ ଥିଲେ । ଲୋକସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିଥିଲେ ଅପରପକ୍ଷରେ ଶରଦ ପାୱାର କହିଛନ୍ତି ପାଟିଲଙ୍କ ଘର ବାହୁଡ଼ା ପରେ ନନ୍ଦେଡ଼, ହିଙ୍ଗୋଲୀ, ପରଭଣୀ, ବୀଡ୍ ଏବଂ ଅନ୍ୟ ଜିଲ୍ଲାକୁ ସହଯୋଗ ମିଳିବ ।

Get real time updates directly on you device, subscribe now.