ବିଜେପି ନେତା ନିଜ ସ୍ତ୍ରୀ ସମେତ ଚାରି ଜଣଙ୍କୁ ମାରିଲେ ଗୁଳି, ପୁଅ ଏବଂ ଝିଅର ମୃତ୍ୟୁ
ବିଜେପି ନେତାଙ୍କ ଅମାନବୀୟ କାଣ୍ଡ, ନିଜ ସ୍ତ୍ରୀ ଏବଂ ପିଲାଛୁଆଙ୍କୁ ମାରିଦେଲେ ଗୁଳି
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସହାରନପୁରରେ ଆଜି ଦ୍ୱିପ୍ରହରରେ ଜଣେ ବିଜେପି ନେତା ନିଜ ସ୍ତ୍ରୀ ଏବଂ ପିଲାଛୁଆଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଛନ୍ତି।
ଏଥିରେ ତାଙ୍କ ଝିଅ ଏବଂ ପୁଅଙ୍କର ମୃତ୍ୟୁ ଘଟିଛି । ସ୍ତ୍ରୀ ଏବଂ ଅନ୍ୟ ଜଣେ ପୁଅ ଗଭୀର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଫାୟରିଂର ଶବ୍ଦ ଶୁଣି ଆଖପାଖରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହାପରେ ଲୋକେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି, ରକ୍ତରେ ଜୁଡୁବୁଡୁ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ହସ୍ପିଟାଲ ନେଇଥିଲେ ।
ଏହି ସମୟରେ ନେତା ଜଣକ ଦୌଡି ଖସି ପଳାୟନ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଗ୍ରାମବାସୀ ତାଙ୍କୁ ଧରି ନେଇ ଖୁବ ବାଡିଆ ବାଡି କରିଛନ୍ତି । ଏହି ଅଭିଯୁକ୍ତଙ୍କ ନାମ ଯୋଗେଶ ରୋହିଳା, ସେ ବିଜେପି ମୋର୍ଚ୍ଚାର ଉପାଧ୍ୟକ୍ଷ ବୋଲି କୁହାଯାଉଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ହେପାଜତରେ ନେବା ସହ ଏହି ଘଟଣାର ତଦନ୍ତ ଚଳାଇଛନ୍ତି । ଏଥିସହ ସେ ଯେଉଁ ବନ୍ଧୁକରେ ଗୁଳି ମାରିଥିଲେ ତାକୁ ଜବତ କରାଯାଇଛି ।