fbpx

ରାଜ୍ୟସଭା ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରହିଛି ବିଭିନ୍ନ ରାଜନୈତିକ ମାହୋଲ । ଏଥିମଧ୍ୟରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ସେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଭରିଥିଲେ । ଅଗଷ୍ଟ ୨୧ ତାରିଖରେ ସେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଭରିଥିଲେ । ୧୦ ଜଣ ବିଜେପି ନେତା ପ୍ରସ୍ତାବକ ଭାବେ ନାମାଙ୍କନ ଭରିବା ସମୟରେ ଉପସ୍ଥିତ ଥିଲେ ।

କହିରଖୁଛୁ ରାଜ୍ୟସଭା ପ୍ରାର୍ଥୀ ପାଇ ବିଜେପି ମମତା ମହାନ୍ତଙ୍କ ନାଁ ଘୋଷଣା କରିଥିଲେ । ଏହା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଥିଲେ । ଏହାର କିଛି ସମୟ ପରେ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ ଜଗନ୍ନାଥ ପ୍ରଧାନ । କିନ୍ତୁ ଏବେ ସେ କାହିଁକି ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ତାହା ଜଣାପଡ଼ିନାହିଁ ।

Get real time updates directly on you device, subscribe now.