fbpx
BJD SKY
BJD SKY

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

BJD

ଓଡ଼ିଶା ଭାସ୍କର: ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ସେଠାକାର ବିଜେପି ନେତା ତଥା ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୈଳାଶ ନାଗ। ବିଜାପୁରର କୋଟମେଟା ଗାଁରେ କୈଳାଶ ନାଗଙ୍କ ଘର। ତେବେ ନକ୍ସଲମାନେ କେଉଁ କାରଣ ପାଇଁ ବିଜେପି ନେତାଙ୍କୁ ହତ୍ୟା କଲେ ଏନେଇ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଜାପୁର କୋଟମେଟା ଗାଁରେ ପହଞ୍ଚି ନକ୍ସଲମାନେ କୈଳାଶଙ୍କୁ ଉଠାଇ ନେଇଥିଲେ। ପରେ ସନ୍ଧ୍ୟାରେ ନକ୍ସଲମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ।
ଏହାସହ ନକ୍ସଲମାନେ ଠିକା କାମରେ ନିୟୋଜିତ ଜେସିବି ମଧ୍ୟ ଜାଳିଦେଇଥିବା ଜଣାଯାଇଛି। ସେପଟେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ଏଠାରେ କହି ରଖୁ ଯେ,ଗତ ଏକବର୍ଷ ମଧ୍ୟରେ ୯ ଜଣଙ୍କୁ ନକ୍ସଲ ହତ୍ୟା କରିଥିବା ସୂଚନା ରହିଛି। ଏଥିରେ ନକ୍ସଲମାନେ ନିକଟରେ ଛତିଶଗଡ଼ର ବିଜାପୁରରେ ତିରୁପତି କଟଲା ନାମକ ଜଣେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ।

Get real time updates directly on you device, subscribe now.