fbpx

ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ କଲେଜକୁ ସ୍ଥାନାନ୍ତରିତ କରିଥିବା ଛାତ୍ରମାନଙ୍କ Feesକୁ କରାଯିବ ଫେରସ୍ତ, ୟୁଜିସି ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ଏକ ଅଧିସୂଚନା ଜାରି କରିଛି । ୟୁଜିସି ଉଚ୍ଚ ଶିକ୍ଷଣ ପ୍ରତିଷ୍ଠାନ(HEI)କୁ ନିର୍ଦ୍ଦେଶ ଦେଇଛି ଯେ, ଯେଉଁ ଛାତ୍ରମାନେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତରିତ ହୋଇସାରିଛନ୍ତି । ଅର୍ଥାତ ଗୋଟିଏ ଛାତ୍ର ଯଦି କୌଣସି ଏକ କଲେଜରେ ନାମ ଲେଖାଇଛି ଏବଂ ସେ ପରବର୍ତ୍ତୀ ସମୟରେ ଯଦି ସେହି କଲେଜରୁ ଅନ୍ୟ ଏକ କଲେଜକୁ ସ୍ଥାନାନ୍ତରିତ କରିଛି ତେବେ ପୂର୍ବରୁ ଲେଖାଇଥିବା କଲେଜ ଛାତ୍ରର ଫିସକୁ ଫେରସ୍ତ କରିବ ।

ୟୁଜିସି ଏକ ଅଫିସିଆଲ ଅଧିସୂଚନାରେ କହିଛି ଯେ, ୟୁଜିସିକୁ ଅନେକ ଉଚ୍ଚ ଶିକ୍ଷଣ ସଂସ୍ଥାମାନଙ୍କ ବିରୋଧରେ ଶୁଳ୍କ ଫେରସ୍ତ କରିବାର ସମ୍ବନ୍ଧରେ ଅନେକ ଅଭିଯୋଗ ଆସୁଛି । ୟୁଜିସି ସମସ୍ତ ଏଚଇଏଲଙ୍କୁ ମେଲ ଏବଂ ଅନୁସ୍ମାରକ ମାଧ୍ୟମରେ ଛାତ୍ରଙ୍କ ଠାରୁ ପ୍ରାପ୍ତ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ସେହି ଛାତ୍ରମାନଙ୍କୁ ଅନ୍ୟ ସଂସ୍ଥାମାନଙ୍କରେ ସ୍ଥାନାନ୍ତରିତ ହେବା ପରେ ସଂସ୍ଥାମାନଙ୍କୁ ପେମେଣ୍ଟ କରିଥିବା ଫିସ ଫେରସ୍ତ କରାଯିବ ।

ବିଶ୍ୱବିଦ୍ୟାଳୟ ସଂସ୍ଥା ଏହା ମଧ୍ୟ ନୋଟ କରିଛି ଯେ, ବିଶ୍ୱବିଦ୍ୟାଳୟମାନଙ୍କ ପକ୍ଷରୁ କୌଣସି ବିଳମ୍ବ ବା ମନା କରିବା ପାଇଁ ବିଶ୍ୱବିଦ୍ୟାଳୟ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଫି ଫେରସ୍ତ ବିଷୟରେ UGC ଦ୍ୱାରା ଜାରି ବିଜ୍ଞପ୍ତି / ନିର୍ଦ୍ଦେଶାବଳୀ / ଚିଠିଗୁଡିକ UGC ୱେବସାଇଟ୍ www.ugc.gov.in ରେ ଉପଲବ୍ଧ। UGC ଅଧିନିୟମ, I ୯୫୬ ର ଧାରା ୨ (t) ଏବଂ I୨ (b) ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ନାତକ, ସ୍ନାତକୋତ୍ତର ଏବଂ ଅନୁସନ୍ଧାନ କାର୍ଯ୍ୟକ୍ରମ ପାଇଁ ଏହି ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ।

Get real time updates directly on you device, subscribe now.