fbpx
BJD SKY
BJD SKY

ଦାନ୍ତ ଭାଙ୍ଗିଗଲେ ଆଉ ଫିଙ୍ଗନ୍ତୁ ନାହିଁ; ହାତ, ଗୋଡ ପରି ଭଙ୍ଗା ଦାନ୍ତକୁ ବି ପୁଣି ଯୋଡା ଯାଇପାରିବ

BJD

ଇନ୍ଦୋର: କୌଣସି ବି ପ୍ରକାର ଲଢେଇ ଝଗଡା କିମ୍ବା ସଡକ ଦୁର୍ଘଟଣାରେ ଦାନ୍ତ ଭାଙ୍ଗିଯିବା ଏକ ସାଧାରଣ କଥା । ଦାନ୍ତ ଭାଙ୍ଗିଯିବା ପରେ ଏହା ବେକାର ହୋଇଯାଇଥାଏ । ତେଣୁ ଆମେ ତାହା ଫିଙ୍ଗି ଦେଇଥାଉ । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହି ଭଙ୍ଗା ଦାନ୍ତକୁ ପୁଣି ଯୋଡା ଯାଇପାରିବ ବୋଲି ।

ଇନ୍ଦୋରର ସରକାରୀ ଦାନ୍ତ ମହାବିଦ୍ୟାଳୟର ଡାକ୍ତରଙ୍କ ପକ୍ଷରୁ ଏହି ଟେକନିକ୍‌ର ଉପଯୋଗ କରାଯାଉଛି । ଏହାଦ୍ୱାରା ଆପଣଙ୍କୁ ଆଉ ନକଲି ଦାନ୍ତ ଲଗାଇବାର ଆବଶ୍ୟକତା ପଡିବ ନାହିଁ । ଏହି ହସ୍ପିଟାଲକୁ ପ୍ରତି ମାସରେ ଜଣେରୁ ୨ ଜଣ ରୋଗୀ ନିଜ ଭଙ୍ଗା ଦାନ୍ତ ଲଗାଇବାକୁ ଆସୁଛନ୍ତି । ଡାକ୍ତର କହିଛନ୍ତି, ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଦାନ୍ତ ଭାଙ୍ଗିବା କେସ୍ ଅଧିକ ଥିଲେ ବି ଏତେ କମ୍ ସଂଖ୍ୟାରେ ଲୋକ ଦାନ୍ତ ଲଗାଇବାକୁ ଆସୁଛନ୍ତି । କେବଳ ଲୋକ ନୁହଁନ୍ତି ଏ ନେଇ ଡାକ୍ତରମାନଙ୍କ ମଧ୍ୟରେ ବି ସଚେତନତାର ଅଭାବ ରହିଛି ।

ଇନ୍ଦୋର ସରକାରୀ ଦନ୍ତ ମହାବିଦ୍ୟାଳୟର ପ୍ରିଭେନଟିଭ୍ ଡେଣ୍ଟିଷ୍ଟ୍ରୀ ତଥା ପ୍ରଫେସର ବିଶାଳ ଖଷଣ୍ଡଲୱାଲ କୁହନ୍ତି,splinting technique ଟେକନିକ୍‌ରେ କୌଣସି ବି ବୟସର ବ୍ୟକ୍ତିଙ୍କ ଭଙ୍ଗା ଦାନ୍ତ ପୁଣି ଯୋଡାଯାଇପାରିବ । ଏପରି କରିବା ଦ୍ୱାରା ଭବିଷ୍ୟତରେ କୌଣସି ସମସ୍ୟା ବି ହେବ ନାହିଁ । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସେମାନେ ଦାନ୍ତ ଭାଙ୍ଗିଗଲେ ନକଲି ଦାନ୍ତ ଲଗାଉଛନ୍ତି । ତେବେ ଦାନ୍ତ ଭାଙ୍ଗିବାର ୧ରୁ ୨ ଘଣ୍ଟା ଭିତରେ ଏହା ଲଗାଇବାକୁ ଆଣିଲେ ଠିକ୍ ହେବାର ୧୦୦% ଚାନ୍ସ ରହିଛି ବୋଲି ଡାକ୍ତର କହିଛନ୍ତି । ଏହି ଟେକନିକ୍‌ରେ ଦାନ୍ତ ଭାଙ୍ଗିଗଲେ ଆପଣ ଏହାକୁ ସଙ୍ଗେ ସଙ୍ଗେ କ୍ଷୀରରେ ପକାଇ ହସ୍ପିଟାଲ ନେଇ ଆସନ୍ତୁ । ଯଦି କ୍ଷୀର ନାହିଁ ତେବେ ଦାନ୍ତକୁ ପାଟିରେ ରଖି ଆଣନ୍ତୁ । splinting technique ଟେକନିକରେ ଯେଉଁ ସ୍ଥାନରେ ଦାନ୍ତ ଭାଙ୍ଗିଥାଏ ସେହି ଯାଗାରେ ରକ୍ତକୁ ସଫା କରି ତାର ସାହାଯ୍ୟରେ ଦାନ୍ତକୁ ଅସ୍ଥାୟୀ ଭାବରେ ଯୋଡା ଯାଏ । ଏକ ମାସ ପରେ ଏହି ଦାନ୍ତ ପୁରା ଯୋଡି ହୋଇଯାଏ ଓ ତାର କାଢି ଦିଆଯାଏ । ସରକାରୀ ହସ୍ପିଟାଲରେ ଏହି ଚିକିତ୍ସା ମାଗଣା ହୋଇଥାଏ ।

Get real time updates directly on you device, subscribe now.