fbpx

ଅରୁଣାଚଳରେ ବିଜେପି ବିଜୟ ଆଡକୁ ଅଗ୍ରସର, ସିକିମ୍‌ରେ SKM ର ଜଲୱା

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜାରି ରହିଛି । ୬୦ ସିଟ୍ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଜେପି ବହୁମତ ହାସଲ କରିସାରିଲାଣି । ଏଠାରେ ବିଜେପି ୨୩ ସିଟ୍‌ରେ ଜିତି ସାରିଥିବା ବେଳେ ଆଉ ୨୩ ସିଟ୍‌ରେ ଆଗରେ ରହିଛି ।
ସେହିପରି ୩୨ ଆସନ ବିଶିଷ୍ଟ ସିକିମ୍ ବିଧାନସଭାରେ କ୍ଷମତାସୀନ ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (SKM)କ୍ଲିନ୍ ସୁଇପ୍ ଆଡକୁ ଅଗ୍ରସର ହେଉଛି । ଏହି ୨ ରାଜ୍ୟରେ ଏପ୍ରିଲ ୧୯ରେ ନିର୍ବାଚନ ହୋଇଥିଲା । ସିକିମ୍‌ରେ ୭୯.୮୮% ମତଦାନ ହୋଇଥିଲା । ଅରୁଣାଚଳପ୍ରଦେଶରେ ୮୨.୯୫% ମତଦାନ ହୋଇଥିଲା ।

ସିକିମ୍‌ରେ କ୍ଷମତାସୀନ SKM ଓ ପବନ କୁମାର ଚାମଲିଂଙ୍କ ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ SDF ମଧ୍ୟରେ ମୁକାବିଲା ହୋଇଥିଲା । ବିଜେପି ଓ କଂଗ୍ରେସ ଏଠାରେ ନିଜ ନିଜର ପ୍ରାର୍ଥୀ ଦେଇଥିଲେ । ଏଠାରେ ୧୪୬ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରମୁଖ ଚେହେରା ଥିଲେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ, ତାଙ୍କ ପତ୍ନୀ କୃଷ୍ଣା କୁମାରୀ ରୟ, ପୂର୍ବ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂ, ପୂର୍ବତନ ଭାରତୀୟ ଫୁଟବଲର ବାଇଚୁଙ୍ଗ ଭୂତିଆ ଓ ବିଜେପିର ନରେନ୍ଦ୍ର କୁମାର ସୁବା । ୨୦୧୯ରେ ଏଠାରେ ପ୍ରେମ ସିଂହ ତମାଙ୍ଗଙ୍କ ନେତୃତ୍ୱ ବାଲା SKM ୧୭ ସିଟ୍‌ରେ ଜିତିଥିବା ବେଳେ SDF ୧୫ ସିଟ୍ ହାସଲ କରିଥିଲା ।

ଅନ୍ୟପକ୍ଷରେ ୬୦ ସିଟ୍ ବିଶିଷ୍ଟ ଅରୁଣାଚଳପ୍ରଦେଶ ବିଧାନସଭାରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । ବିଜେପି ସମସ୍ତ ୬୦ ସିଟ୍‌ରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ କେବଳ ୧୯ ସିଟ୍‌ରେ ନିର୍ବାଚନ ଲଢିଥିଲା । ଏହାବ୍ୟତିତ ଏନପିପି ଓ ଏନସିପି ମଧ୍ୟ ଏଠାରେ ପ୍ରାର୍ଥୀ ଦେଇଥିଲା ।

Get real time updates directly on you device, subscribe now.