fbpx

ବିଧାୟକଙ୍କ ଆକ୍ରମଣରେ ବିଡିଓ ଆହତ: ହସ୍ପିଟାଲରେ ହେଲେ ଭର୍ତ୍ତି

ଦେବଗଡ଼: ବିଧାୟକଙ୍କ ଆକ୍ରମଣରେ ଆହତ ହେଲେ ବିଡିଓ । ଦେବଗଡ଼ ତିଲେଇବଣି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ କଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ବିଧାୟକ ଓ କର୍ମୀ ବିଡିଓଙ୍କୁ ମାଡ଼ ମାରିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆହତ ବିଡିଓଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ବିଡିଓଙ୍କ ସହକର୍ମୀ । ଛେପଲପାଲି ପଞ୍ଚାୟତର ଭାଲିଆଗୁଡ଼ି ଗାଁରେ ତଦନ୍ତବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଏନେଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି ବିଡିଓ । ତହସିଲଦାରଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଏଭଳି ଆକ୍ରମଣ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ ଏହା ସହ ବିଡିଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାକୁ ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ, ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସପି, ସେ କହିଛନ୍ତି ଯେ ଥାନାରେ ବିଡିଓ ଦେଇଥିବା ଏତଲା ଅନୁସାରେ ମାମଲା ହୋଇଛି, ଏତଲାରେ ବିଧାୟକ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଉଲ୍ଲେଖ ରହିଛି । ବିଧାୟକ ମଧ୍ୟ ବିଡିଓ ଦୁର୍ବ୍ୟବହାର କରିଥିବା ନେଇ ଏତଲା କରିଛନ୍ତି । ଉଭୟ ପକ୍ଷର ଏତଲା ଅନୁସାରେ ୨ ଟି ମାମଲା କରି ତଦନ୍ତ କରୁଛୁ ବୋଲି କହିଛନ୍ତି ଏସପି ।

Get real time updates directly on you device, subscribe now.