fbpx

ଷ୍ଟେଜ ଉପରେ ବସ୍ ଉଠ୍ ହେଲେ ବିଜେପି ବିଧାୟକ: ଜାଣନ୍ତୁ କଣ ଥିଲା କାରଣ, VIDEO

ନୂଆଦିଲ୍ଳୀ: ବର୍ଷ ଯାକ ଲୋକଙ୍କ ସାମ୍ନାକୁ ଆସୁନଥିବା ନେତା ନିର୍ବାଚନ ଋତୁରେ କିନ୍ତୁ ବେଶ ସକ୍ରିୟ ହୋଇ ପଡନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ । ନିଜର ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା ଜଣେ ନେତା ଷ୍ଟେଜ ଉପରେ ଉଠ୍ ବସ ହୋଇଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ଯଦି ମୁଁ ଆପଣଙ୍କ କୌଣସି ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛି ତାହେଲେ ମୁଁ ବସ ଉଠ ହୋଇ ଆପଣଙ୍କୁ କ୍ଷମା ମାଗୁଛି ବୋଲି କହିଥିଲେ ଏହି ବିଧାୟକ ମହୋଦୟ ।

ପୂର୍ବ ଉତ୍ତର ପ୍ରଦେଶର ରବର୍ଟସଗଞ୍ଜ ଅଞ୍ଚଳରେ ଏହି ଘଟଣାଟି ଘଟିଥିଲା । ୟୁପିର ସୋନଭଦ୍ରାରେ ପୁନର୍ବାର ନିର୍ବାଚନ ଲଢୁଥିବା ଭୂପେଶ ଚୌବେ କର୍ମୀଙ୍କ ସମ୍ମୁଖରେ ଉଠ ବସ ହୋଇଥିଲେ । ହାତ ଯୋଡି ମୁଁ ଆପଣଙ୍କୁ କ୍ଷମା ମାଗୁଛି ବୋଲି କହିବା ସହିତ ଭୂପେଶ ଉଠ ବସ ହୋଇଥିଲେ । ପରେ ବିଜେପି କର୍ମୀ ବିଧାୟକଙ୍କୁ ବସ ଉଠ ହେବାରୁ ରୋକିଥିଲେ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.