fbpx

ବଡ଼ ଖବର: କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭତ୍ତୃହରି ମହତାବ

ନୂଆଦିଲ୍ଲୀ: ବର୍ତ୍ତମାନ କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଭତ୍ତୃହରି ମହତାବ। ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭତ୍ତୃହରି ମହତାବ ଲଗାତାର ୭ ଥର ସାଂସଦ ଅଟନ୍ତି । ଏହାପରେ ନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଇବେ ଭତ୍ତୃହରି ମହତାବ । ଶପଥ ପାଠ‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି।

ଶ୍ରୀ ମହତାବ ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟୀ ଟିକେଟରେ ଲୋକସଭାକୁ ବିଜୟୀ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ଭର୍ତ୍ତୃହରି ୧୯୯୮ ମସିହା ଭାରତୀୟ ସାଧାରଣ ନିର୍ବାଚନରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଲଗାତାର ଭାବରେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।

Get real time updates directly on you device, subscribe now.