fbpx

ଗୌତମଙ୍କୁ ପୁଣି ମିଳିଲା ଧମକ, ଲେଖାଅଛି-‘ଦିଲ୍ଲୀ ପୋଲିସରେ ରହିଛି ଆମ ଗୁପ୍ତଚର…’

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ ମିଳିଛି । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ଇ-ମେଲ ଯୋଗେ ଧମକ ଦିଆଯାଇଛି । ଗୌତମଙ୍କୁ ପଠାଯାଇଥିବା ଇ-ମେଲରେ ଲେଖାଯାଇଛି ଯେ, ‘ଦିଲ୍ଲୀ ପୋଲିସ ଓ ଆଇପିଏସ ଶ୍ୱେତା କିଛି କରିପାରିବେ ନାହିଁ । ଆମ ଗୁପ୍ତଚର ଦିଲ୍ଲୀ ପୋଲିସରେ ଉପସ୍ଥିତ ରହିଛି । ତୁମ ବିଷୟରେ ସମସ୍ତ ସୂଚନା ଆମକୁ ମିଳିଯାଉଛି ।’

ତେବେ ସପ୍ତାହକ ମଧ୍ୟରେ ଗୌତମ ଗମ୍ଭୀରଙ୍କୁ ତୃତୀୟ ଥର ହତ୍ୟା ଧମକ ମିଳିଛି । ଏହା ପୂର୍ବରୁ ମେଲ ମାଧ୍ୟମରେ ଗୌତମ ଓ ତାଙ୍କ ପରିବାକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଗୌତମଙ୍କୁ ୨୩ ନଭେମ୍ବର ରାତିରେ ପ୍ରଥମ ଧମକ ଆସିଥିଲା, ଯେଉଁଥିରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏନେଇ ଗୌତମ ଅଭିଯୋଗ କରିଥିଲେ ।

ଫଳରେ ଗୌତମଙ୍କ ଘରେ ସୁରକ୍ଷା ଆହୁରି ବଢ଼ାଯାଇଥିଲା । ପୁଣି ୨୪ ଦିନ ଆଉ ଏକ ଇମେଲ ଆସିଥିଲା, ଯେଉଁଥିରେ ଲେଖାଥିଲା ଯେ ‘କାଲି ତୁମକୁ ମାରିବାକୁ ଚାହୁଁଥିଲୁ, ବଞ୍ଚିଗଲୁ । କାଶ୍ମୀରରୁ ଦୂରେଇ ରହ ।’ ଏହା ସହିତ ଗୌତମଙ୍କ ଘର ବାହାରର ଏକ ଭିଡିଓ ବି ପଠାଯାଇଥିଲା । ଏସବୁ ଧମକ ଆଇଏସଆଇଏସ କାଶ୍ମୀର ଦେଉଥିବା ଗୌତମ ଅଭିଯୋଗ କରିଛନ୍ତି । ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.