ଶ୍ରୀକ୍ଷେତ୍ରରେ ହୋଲି ଖେଳିଲେ ହେମାମାଳିନୀ
ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ। ଆଉ ସମସ୍ତଙ୍କ ସହ ରଙ୍ଗର ପର୍ବ ହୋଲି ମଧ୍ୟ ଖେଳିଲେ ଡ୍ରିମଗର୍ଲ ହେମାମାଳିନୀ।
ପୁରୀ: ଆଜି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର। ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍।
ଆଉ ଏଥିରୁ ବାଦ୍ ପଡିନାହାନ୍ତି ଡ୍ରିମଗର୍ଲ ହେମାମାଳିନୀ। ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ରରେ ହୋଲି ଖେଳିଛନ୍ତି ବିଜେପି ସାଂସଦ ହେମାମାଳିନୀ। ପବିତ୍ର ହୋଲି ଅବସରରେ ପୁରୀରେ ରଙ୍ଗର ପର୍ବ ପାଳିଛନ୍ତି ହେମା।
ପ୍ରଥମେ ଶ୍ରମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ହେମା। ଆଉ ପରେ ନିଜେ ହୋଲି ଖେଳିବା ସହ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଶ୍ରୀଜିଉଙ୍କ ଦର୍ଶନ ପରେ ସାହିଜାତରେ ସାମିଲ ହୋଇଛନ୍ତି ହେମା ଏବଂ ସେଠାରେ ମଧ୍ୟ ସେ ରଙ୍ଗ ଖେଳିଛନ୍ତି । ସାଥିରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ରଙ୍ଗର ପର୍ବରେ ହୋଲି ଖେଳିଛନ୍ତି ।