ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ସମୟ ସୀମା ଧାର୍ଯ୍ୟ କରିବାର ବିବାଦ ଏବେ ତୀବ୍ର ହୋଇଛି । ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ନିଶିକାନ୍ତ ଦୁବେ ଏକ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ଯଦି ସୁପ୍ରିମକୋର୍ଟ ଆଇନ ପ୍ରସ୍ତୁତ କରିବେ ତେବେ ସଂସଦ ଭବନ ବନ୍ଦ କରିଦିଆଯିବା ଉଚିତ । ସାଂସଦଙ୍କ ଏହି ବୟାନକୁ ନେଇ ହଙ୍ଗାମା ହୋଇଛି । ଅନ୍ୟପକ୍ଷରେ, ନିଶିକାନ୍ତ ଦୁବେଙ୍କ ସମସ୍ୟା ବଢ଼ିପାରେ । ସୁପ୍ରିମକୋର୍ଟର ଜଣେ ଓକିଲ ତାଙ୍କ ବିରୋଧରେ ଅବମାନନା ମାମଲା ଦାୟର କରିବାକୁ ଦାବି କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ଓକିଲ ଅନସ ତନଭିର ସୁପ୍ରିମକୋର୍ଟ ବିଷୟରେ ବିବାଦୀୟ ବୟାନ ଦେବା ପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିବା ପାଇଁ ଆଟର୍ଣ୍ଣି ଜେନେରାଲଙ୍କ ସମ୍ମତି ଲୋଡିଛନ୍ତି ।
କୋର୍ଟ ଅବମାନନା କାର୍ଯ୍ୟ ପାଇଁ ଆଟର୍ଣ୍ଣି ଜେନେରାଲଙ୍କ ପୂର୍ବ ସମ୍ମତି ଆବଶ୍ୟକ । ଯଦି ଆଟର୍ଣ୍ଣି ଜେନେରାଲ ରାଜି ହୁଅନ୍ତି, ତେବେ ଆଗାମୀ ଦିନରେ ବିଜେପି ସାଂସଦଙ୍କ ସମସ୍ୟା ବଢ଼ିପାରେ ।