fbpx

ଟିଏମସିରେ ଯୋଗ ଦେଲେ ପତ୍ନୀ, ରାଗରେ ତଲାକ୍ ନୋଟିସ୍ ପଠାଇଲେ ବିଜେପି ସାଂସଦ

Advertisement

କୋଲକାତା,୨୧ ।୧୨: ପଶ୍ଚିମବଙ୍ଗରେ ଶାହା ଓ ମମତାଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ବିଜେପି ଓ ତୃଣମୂଳ କଂଗ୍ରେସ ବା ଟିଏମସି ମଧ୍ୟରେ ଜିତିବାକୁ ନେଇ ଚାଲିଛି ପ୍ରତିଯୋଗିତା । ଏହାରି ମଧ୍ୟରେ ଟିଏମସିର ଅନେକ ନେତା ବିଜେପିରେ ଯୋଗ ଦେଇସାରିଛନ୍ତି । ଏବେ ବିଜେପିରୁ ଟିଏମସି ଦଳରେ ସାମିଲ ହେବାର ସମୟ । ଏହାର ଶୁଭାରମ୍ଭ ବିଜେପି ସାଂସଦ ସୌମିତ୍ର୍ର ଖାନଙ୍କ ପତ୍ନୀ ସୁଜାତାଙ୍କ ଠାରୁ ହୋଇଛି । ସୁଜାତା ଆଜି ବିଜେପି ଛାଡି ଟିଏମସିରେ ସାମିଲ ହୋଇଛନ୍ତି । ଏହା ପରେ ବିଜେପି ସାଂସଦ ସୌମିତ୍ର ତାଙ୍କୁ ତଲାକ୍ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଟିଏମସିରେ ଯୋଗଦେବା ପରେ ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜତା ମଣ୍ଡଳ କହିଛନ୍ତି ଯେ, ମୁଁ ତପଶିଳ ଜନଜାତିର ଜଣେ ଦଲିତ ମହିଳା । ମୁଁ ବିଜେପି ଏବଂ ମୋ ସ୍ୱାମୀ ପାଇଁ ଲଢେ଼ଇ କରିଥିଲି । ଆମେ ଟିକେଟ୍ ପାଇ ଲୋକସଭା ନିର୍ବାଚନ ଜିତିଲୁ । କିନ୍ତୁ ଏବେ ମୁଁ ଭାବୁଛି ବର୍ତ୍ତମାନ କେବଳ ସୁବିଧାବାଦୀମାନଙ୍କୁ ବିଜେପିରେ ସ୍ଥାନ ମିଳୁଛି । ଆମେ ଦଳ ପାଇଁ ସେତେବେଳେ ଛିଡା ହୋଇଥିଲୁ ଯେତେବେଳେ ଆମେ ଜାଣି ନଥିଲୁ ଯେ ବିଜେପି ୧୮ଟି ଆସନ ଜିତିବ । ଆମେ ଜନସାଧାରଣଙ୍କ ସହଯୋଗରେ ନିର୍ବାଚନ ଲଢ଼ି ବିଜୟ ହାସଲ କଲୁ । ସବୁ ପରେ ମଧ୍ୟ ବିଜେପିରେ ମୋତେ ସମ୍ମାନ ମିଳୁନଥିଲା ।’

Get real time updates directly on you device, subscribe now.