fbpx

UPରେ ମ୍ୟାଜିକ୍ ନମ୍ବର ଅତିକ୍ରମ କଲା ବିଜେପି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ଜଲୱା ଦେଖିବାକୁ ମିଳିଛି । ଏଠାରେ ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି ବିଜେପି । ୨୨୩ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ଆଜି ଭୋଟ ଗଣତି ଚାଲିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ତେବେ ଦିନ ୧୦ଟା ମଧ୍ୟରେ ଗଣତି ହିସାବରେ ଉତ୍ତର ପ୍ରଦେଶରେ ବିଜେପିକୁ ବହୁମତ ମିଳିଛି । ଏଠାରେ ମ୍ୟାଜିକ୍ ନମ୍ବର ଅତିକ୍ରମ କରିସାରିଛି ବିଜେପି । ଅନ୍ୟପଟେ ଏସପିର ଟ୍ରେଣ୍ଡ୍ ୯୯ରେ ଅଟକିଛି । ତେବେ କେବଳ ୟୁପିରେ ନୂହେଁ ବରଂ ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ମଧ୍ୟ ବିଜେପିକୁ ବହୁମତ ମିଳୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.