fbpx

ସିଞ୍ଜୋ ଆବେଙ୍କ ପାଇଁ ପ୍ରାର୍ଥନା କଲା ବିଜେପି: କହିଲା- ‘ଭାରତର ପ୍ରକୃତ ବନ୍ଧୁ’

ନୁଆଦିଲ୍ଲୀ: ଜାପାନ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଜଣେ ଦୁର୍ବତ୍ତ ସର୍ବସାଧାରଣ ସ୍ଥାନରେ ଗୁଳିମାଡ଼ କରିଛନ୍ତି। ଏହାପରେ ଆବେଙ୍କୁ ଗୁରୁତ୍ତର ଅବସ୍ତାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ଏହି ଘଟଣା ଦିନ ୧୧ଟା ୩୦ ମିନିଟ୍ ସମୟରେ ଘଟିଥିଲା। ଯେତେବେଳେ ଆବେ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରୁଥିଲେ। ଗୁଳି ଶବ୍ଦ ଶୁଭିବା ପରେ ଆବେଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଆବେଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇଥିଲା।

ଆବେଙ୍କୁ ଗୁଳିମାଡ଼ ପରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ଭାରତୀୟ ଜନତା ପାର୍ଟି ପ୍ରବକ୍ତା ଶାହାଜାଦ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି, ‘ଜାପାନରୁ ଆସୁଥିବା ଖବର ବିବ୍ରତିକର ଅଟେ। ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତର ପ୍ରକୃତ ବନ୍ଧୁ ଅଟନ୍ତି ଏବଂ ମୋର ପ୍ରାର୍ଥନା ତାଙ୍କ ପରିବାର, ବନ୍ଧୁ, ସମର୍ଥକ ଏବଂ ଜାପାନର ଲୋକଙ୍କ ସହ ଅଛି। ସେ ଆହୁରି ଲେଖିଛନ୍ତି, “ଏଭଳି ଘଟଣାରେ ଆମେ ତାଙ୍କ ଅବସ୍ଥା ବିଷୟରେ କଳ୍ପନା କରିବା ଉଚିତ୍ ନୁହେଁ। ଆମେ ସମସ୍ତେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ’।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ପୁର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତାଙ୍କର ଭାଷଣ ଆରମ୍ଭ କରିବାର କିଛି ସମୟ ପରେ ହିଁ ତାଙ୍କୁ ଦୁର୍ବତ୍ତ ଗୁଳିମାଡ଼ କରିଥିଲେ। ଏହା ମଧ୍ୟ ଖବର ଅଛି ଯେ, ଗୁଳିମାଡ଼ କରିବା ପରେ ଦୁର୍ବତ୍ତ ଜନକ କୁଆଡେ ଯାଇ ନଥିଲେ ସେହିଠାରେ ଛିଡ଼ା ହୋଇ ରହିଥିଲେ।

ବର୍ତ୍ତମାନ ଆବେ ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସିଞ୍ଜୋ ଆବେ ଦୁଇଥର ଜାପାନର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଖୁବ୍ ଭଲ ସମ୍ପର୍କ ରହିଥିଲା।

 

 

Get real time updates directly on you device, subscribe now.