୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ, ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

୭ ତାରିଖରେ ନାମାଙ୍କନ ପ୍ରକ୍ରିୟା, ୮ ତାରିଖରେ ଭୋଟ୍।

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ।

ଏହାପରେ ୮ ତାରିଖରେ ପଡ଼ିବ ଭୋଟ୍। ଏବଂ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ।

ଯଦି ଦେଖିବା ଏବେ ବିଜେପିର ରାଜ୍ୟ ସଭାପତି ଅଛନ୍ତି ମନମୋହନ ସାମଲ। ଆଉ ତାଙ୍କର ଏବେ କାର୍ଯ୍ୟକାଳ ସରିବାକୁ ଯାଉଛି। ତେଣୁ ଆଉ ଥରେ ସଭାପତି ନିର୍ବାଚନ ହେବ।

ତେବେ ଏହି ସଭାପତି ରେସରେ ଅନେକଙ୍କ ନାମ ଥିବା ବେଳେ, ମନମୋହନକୁ ଆଉ ଥରେ ସଭାପତି ଭାବରେ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

କାରଣ ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିବାରେ ସଫଳ ହୋଇଛି। ତାହା ପୁଣି ଏକାକି। ତେଣୁ ମନମୋହନଙ୍କୁ ଦଳ ପୁଣି ଥରେ ରାଜ୍ୟ ସଭାପତି ଭାବରେ ଚୟନ କରିପାରେ।