fbpx

୯ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପାଖରେ ରଖିବ ବିଜେପି: ଜାଣନ୍ତୁ ସେଗୁଡ଼ିକ କ’ଣ କ’ଣ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଯେଉଁ ଚେହେରାକୁ ସାମିଲ କରାଯିବ, ସେମାନଙ୍କୁ ଶନିବାର ରାତିରୁ ହିଁ ଫୋନ୍ କରାଯାଉଛି । ଏଥିରେ ବିଜେପିର କିଛି ବଡ଼ ଚେହେରା ସହ ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳିବ । ଅନ୍ୟପଟେ ୯ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ନିଜ ପାଖରେ ରଖିଛି ବିଜେପି ।

ସୂଚନା ଅନୁସାରେ, ଏହି ୯ଟି ମନ୍ତ୍ରାଳୟ ହେଉଛି- ଗୃହ, ଅର୍ଥ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର , ରେଲୱେ, ସଡ଼କ ପରିବହନ, ଆଇନ ମନ୍ତ୍ରାଳୟ, ପ୍ରଯୁକ୍ତି ବିଦ୍ୟା ଓ ଶିକ୍ଷା ମନ୍ତ୍ରାଳୟ ।

ତେବେ ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ମୋଦିଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାସହ ପିଏମ୍ଓ ଅଫିସରୁ ଶପଥ ନେବାକୁ ଥିବା ମନ୍ତ୍ରୀମାନଙ୍କ ନିକଟକୁ ଯାଉଛି ଫୋନ୍ କଲ୍।

ଫୋନ୍ କଲ୍ ଯାଇଥିବା ଏନ୍ଡିଏ ନେତାମାନଙ୍କ ମଧ୍ୟରେ ନୀତିନ ଗଡ଼କରୀ, ଅମିତ ଶାହ, ପୀୟୂସ ଗୋଏଲ୍,ରାଜନାଥ ସିଂ, ମନୋହରଲାଲ ଖଟ୍ଟର, ଜୋତିରାଦିତ୍ୟ ସିନନ୍ଧ୍ୟା, ଶିବରାଜ ସିଂହ ଚୌହାନ, ସର୍ବାନ୍ଦ ସୋନବୋଲା, ,ରାମନାଥ ଠାକୁର,ନୀତିନ ଗଡ଼କରି,ଚିରାଗ ପାଶୱନ, ଜୟନ୍ତ ଚୌଧୁରୀ,ଲଲନ ସିଂ,ଅର୍ଜୁନ ରାମ ମେଘୱାଲ,ଅନୁୟିୟା ପଟେଲ, ଏଚ୍. ଡି କୁମାର ସ୍ବାମୀ, ମୋହନ ନାଇଡୁ, ପି ଚନ୍ଦ୍ରଶୋଖର ପିନାସ୍ବାମୀ, ପ୍ରତାପରାଓ୍ବ ଯାଦବ,ଜୁଏଲ୍ ଓରାମ୍ଙ୍କୁ ଫୋନ କଲ ଯାଇଛି।

Get real time updates directly on you device, subscribe now.