ଦିଲ୍ଲୀରେ ସରକାର ଗଢ଼ିବ ବିଜେପି, ଏକଜିଟ୍ ପୋଲର ଆକଳନ ଆପକୁ ଧରାଶାୟୀ କରିବ ପଦ୍ମ

ସିଲ୍ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ। ହେଲେ ଏବେଠୁ ଏକଜିଟ୍ ପୋଲର ଆକଳନ ଦୀର୍ଘ ବର୍ଷ ପରେ ଦିଲ୍ଲୀକୁ ଫେରିବ ବିଜେପି ସରକାର। ମାତ୍ ଖାଇଯିବ କେଜ୍ରିଓ୍ୱାଲଙ୍କ ପ୍ଲାନ। ଓଡ଼ିଶା ପରି ସ୍ଥିତି ହେବ ରାଜଧାନୀ ଦିଲ୍ଲୀର।

ନୂଆଦିଲ୍ଲୀ: ଦିଲ୍ଲୀରେ ହେବକି ସରକାର ପରିବର୍ତ୍ତନ। ଝାଡ଼ୁକୁ ଚକମା ଦେଇ ମୁଖ୍ୟମନ୍ତ୍ରୀ ଆସନ ହାତେଇ ପାରିବ ତ ବିଜେପି। ନା ଦୁଇ ଦଳ ମଧ୍ୟରେ ହେଉଥିବା କଳିର ଫାଇଦା ଉଠାଇବ କଂଗ୍ରେସ।

ତାହା ତ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଜଣା ପଡିବ। ଏହା ପୂର୍ବରୁ ଆଜି ସିଲ୍ ହୋଇ ସାରିଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ। ଆଉ ଏକଜିଟ୍ ପୋଲର ଆକଳନ ଅନୁସାରେ ଆପକୁ ପରାଜିତ କରି ବାଜିମାତ୍ କରିନେବ ଭାରତୀୟ ଜନତା ପାର୍ଟି।

କାହାର ହେବ ଦିଲ୍ଲୀ ଆସନ: ଏବେ ସମସ୍ତଙ୍କର ନଜର ଦିଲ୍ଲୀ ଲୋକସଭା ନିର୍ବାଚନ ଉପରେ। କାରଣ ଆଜି ସଂଧ୍ୟା ସୁଦ୍ଧା ସିଲ୍ ହୋଇସାରିଛି ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। କାହା ଭାଗ୍ୟ ଏଥର ଚମକୁଛି ତାହା ଉପରେ ସମସ୍ତଙ୍କ ଆଖି।

ଆଉ ତା ପୂର୍ବରୁ ବିଭିନ୍ନ ସଂସ୍ଥାର ଆକଳନ ଅନୁସାରେ, ବିଜେପି ବହୁ ଭୋଟରେ ଆଗରେ ରହିଛି। ଆଉ ଆପ ଯେତିକି ଦାବି କରିଥିଲା ତାଠୁ ବୋହୁତ କମରେ ରହିଛି। ସେପଟେ କଂଗ୍ରେସ ବି ମାଟି କାମୁଡି ପକାଇଥିବା ଏକଜିଟ୍ ପୋଲର ଆକଳନ କହୁଛି।

ହେଲେ ଏହି ନିର୍ବାଚନ କାହା ପାଇଁ ଖୁସି ଆଣିଦେବ। ଆଉ କାହାକୁ ନିରାଷ କରିବ ତାହା ତ ସମୟ ଆସିଲେ ଜଣାପଡିବ। କିନ୍ତୁ ଏବେଠାରୁ ଫଳାଫଳକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଲାଣି।

ଏକଜିଟ୍ ପୋଲର ଆକଳନ: ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏକଜିଟ୍ ପୋଲ ଆସେ। କେତେକାଂଶରେ ଏକଜିଟ୍ ପୋଲ ଏକଜାଟ୍ ପୋଲ ହୋଇଥିବା ବେଳେ, କେତେକାଂଶରେ ଏକଜିଟ୍ ପୋଲ ଭୁଲ ସାବ୍ୟସ୍ତ ହୋଇଥାଏ।

ଠିକ୍ ଯେପରି ଆମ ରାଜ୍ୟ ଓଡିଶା କଥା ଦେଖନ୍ତୁ ପୂର୍ବ ନିର୍ବାଚନରେ ଏକଜିଟ୍ ପୋଲର ଆକଳନ ଯାହା ହୋଇଥିଲା ଏକଜାଟ୍ ପୋଲର ଫଳାଫଳ ମଧ୍ୟ ସମାନ ରହିଲା। ଆଉ ବିଜେପି ବାଜିମାତ୍ କଲା।

ଠିକ୍ ସେହିପରି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ଘଟଣା ଘଟିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏକଜିଟ୍ ପୋଲ କେତେ ସତ ହେବ ଆଉ ଦିଲ୍ଲୀରେ ଏଥର କାହାର ସରକାର ଚାଲିବ ତାହା ଉପରେ ସମସ୍ତଙ୍କ ନଜର।