‘ଆମେ ପୂରା କରିବୁ ବିଜୁ ବାବୁଙ୍କ ସ୍ୱପ୍ନ’ ଓଡ଼ିଶାକୁ ଆଗକୁ ନେବା ଥିଲା ତାଙ୍କ ସ୍ୱପ୍ନ

ଭୁବନେଶ୍ୱର: ବିଜୁ ବାବୁଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋହନ ମାଝୀ ।

ବିଜୁ ପଟ୍ଟନାୟକ ଆଧୁନିକ ଓଡ଼ିଶାର ନିର୍ମାତା । ମୁଖ୍ୟମନ୍ତ୍ରୀ ହିସାବରେ ଓଡ଼ିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ଆମ ସରକାର ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନ ପୂରଣ କରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାକୁ ଆଗକୁ ନେବା ତାଙ୍କ ସ୍ୱପ୍ନ ଥିଲା, ସବୁ ସ୍ୱପ୍ନକୁ ଆମେ ଆଗକୁ ନେବୁ ବୋଲି କହିଛନ୍ତି ମୋହନ ମାଝୀ ।

ଆଜି ସନ୍ଧ୍ୟାରେ ବିଜୁବାବୁଙ୍କ ଜୟନ୍ତୀ ନେଇ ରାଜ୍ୟ ସରକାରଙ୍କ ତଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଠାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି ।