fbpx

ଏସସିପିସିଆର ଅଫିସ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ନୟାଗଡ଼, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଶିଶୁ ମୃତ୍ୟୁ ଓ ନିଖୋଜ ଘଟଣା ବଢ଼ିଚାଲିଛି । ତେଣୁ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର) ଅଫିସ ଆଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣା ନେଇ ଆଜିର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ତେବେ ବିକ୍ଷୋଭ ବେଳେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମୋର୍ଚ୍ଚାର କର୍ମୀମାନେ ଏସସିପିସିଆର କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ମାତ୍ର ପୋଲିସ ସେମାନଙ୍କୁ ପ୍ରତିରୋଧ କରିଥିଲା ।

Get real time updates directly on you device, subscribe now.