fbpx

ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବାବେଳେ ବାଟରେ ମୃତ୍ୟୁ ଘଟିଛି ।

ସ୍ବର୍ଗତ ସିଂ ପୂର୍ବରୁ ଢେଙ୍କିକୋଟ ଟସର ସୋସାଇଟି ସଭାପତି ଓ ସାନ୍ତରାପୁର ପଞ୍ଚାୟତ ର ସରପଞ୍ଚ ହୋଇଥିଲେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିୟୋଗ ଖବର ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.