fbpx

ବିଧାୟକ ଦଳ ନେତା ନିର୍ବାଚନ ପରେ ରାଜଭବନରେ ବିଜେପିର ସ୍ୱତନ୍ତ୍ର ଟିମ୍, ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ଦାବି ଉପସ୍ଥାପନ କଲେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Advertisement

ଭୁବନେଶ୍ୱର: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାଁ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ଏହା ପରେ ବିଜେପିର ସ୍ୱତନ୍ତ୍ର ଟିମ୍ ରାଜ ଭବନରେ ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ସମେତ ରାଜ୍ୟ ସଭାପତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ତାଙ୍କ ସହ ସମସ୍ତ ୭୮ ଜଣ ବିଜେପି ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ସେ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ୩ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଥିବା ଗୋଟିଏ ପତ୍ର ମଧ୍ୟ ସେ ରାଜ୍ୟପାଳଙ୍କୁ ଦେଇଛନ୍ତି । ରାଜ୍ୟପାଳ ତାଙ୍କୁ ସରକାର ଗଠନ କରିବାକୁ ଅନୁମତି ଦେଇଛନ୍ତି । ଆସନ୍ତାକାଲି ଅପରାହ୍ନ ୫ଟାରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.