fbpx

ଗର୍ଭବତୀ ମହିଳାଙ୍କଠାରୁ ଶିଶୁଙ୍କୁ ବ୍ୟାପୁଛି ବ୍ଲାକ ନୋଜ ଡିଜିଜ, ଜାଣନ୍ତୁ ଏହି ରୋଗ କ’ଣ ଏବଂ କାହିଁକି ଦ୍ରୁତଗତିରେ ହେଉଛି ସଂକ୍ରମଣ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ବର୍ଷା କାରଣରୁ ଅନେକ ସ୍ଥାନରେ ଚିକେନଗୁନିଆ ହେଉଛି, ଏହା ମଶା କାମୁଡିବା ଦ୍ୱାରା ହେଉଥିବା ଜ୍ୱର, ଏହାର ଲକ୍ଷଣ ଡେଙ୍ଗୁ ଭଳି ଦେଖାଯାଇଥାଏ, ହେଲେ ଏଥିରେ ରୋଗୀର ମାଂସପେଶୀରେ ଅଧିକ ଯନ୍ତ୍ରଣା ହୋଇଥାଏ। ମଶା କାମୁଡିବା ଦ୍ୱାରା ଏହି ଜ୍ୱର ଗର୍ଭବତୀ ମହିଳାମାନଙ୍କୁ ସଂକ୍ରମଣ ହେଉଛି। ଏହି ଲକ୍ଷଣ ମାଆ ସହ ଶିଶୁକୁ ମଧ୍ୟ ଦେଖାଯାଉଛି। ହେଲେ ଏଥର ଚିକେନଗୁନିଆରେ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ଏହାକୁ ବ୍ଲାକ ନୋଜ ଡିଜିଜ କୁହାଯାଉଛି।

ମହାମାରୀ ବିଶେଷଜ୍ଞ ଡା.ଜୁଗଲ କିଶୋରଙ୍କ କହିବାନୁଯାୟୀ, ଏହା ଏକ ପ୍ରକାରର ସ୍କିନ ସମ୍ବନ୍ଧୀୟ ରୋଗ, ଯେଉଁଥିରେ ହାଲୁକା ଜ୍ୱର ସହ ନାକ ଉପରେ କଳା ଦାଗ ଆସିବା ଆରମ୍ଭ ହୋଇଯାଏ। ଏହି ଦାଗ ନାକ ଆଖପାଖ ଏରିଆରେ ଦେଖିବାକୁ ମିଳିଥାଏ, ଏଥିପାଇଁ ଏହାକୁ ବ୍ଲାକ ଡିଜିଜ କୁହାଯାଉଛି। ଏହା ଚିକେନଗୁନିଆ ଜ୍ୱର ପରେ ହେଉଛି। ସ୍କିନ ସ୍ପେଶିଆଲିଷ୍ଟ ମୁତାବକ ସ୍କିନ ଉପରେ ଏହି ଦାଗ ୬ ମାସ ପର୍ଯ୍ୟନ୍ତ ରହିପାରେ, ହେଲେ ଭଲ ମେଡିସିନ ସହ ଏହା ଶିଘ୍ର ସମାପ୍ତ ମଧ୍ୟ ହୋଇଯାଏ।

ବଞ୍ଚାଇବେ କିପରି:
-ମଶା କାମୁଡିବାରୁ ନିଜକୁ ରକ୍ଷା କରନ୍ତୁ। ମଶାରି ଟାଣି ଶୋଇବାକୁ ଚେଷ୍ଟା କରନ୍ତୁ।
-ଏଥିପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁନି। ସଫା-ନିର୍ମଳତା ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ।
-ଜ୍ୱର ଆସିବାରେ ତୁରନ୍ତ ନିଜ ବ୍ଲଡ ଟେଷ୍ଟ କରନ୍ତୁ।
-ମଶା ନ ହେବା ଲାଗି ମାଟିରେ ତେଲ ବା ଔଷଧ ସିଞ୍ଚନ କରନ୍ତୁ।
-ଫୁଲ ସାର୍ଟ ପିନ୍ଧନ୍ତୁ।
-ନିଜ ଖାଦ୍ୟ ପେୟ ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ।

Get real time updates directly on you device, subscribe now.