fbpx

ମହିଳାଙ୍କୁ ବ୍ଲେଡ ମାରିଲେ ଦୁର୍ବୃତ୍ତ: ଖରାପ କମେଣ୍ଟକୁ ବିରୋଧ କରିବାରୁ ଆକ୍ରମଣ

ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମହିଳାଙ୍କ ସହ ହୋଇଥିବା ଏପରି କାଣ୍ଡ ସମସ୍ତଙ୍କ ଛାତି ଥରାଇ ଦେଇଛି । କିଛି ଦୁର୍ବୃତ୍ତଙ୍କ ଖରାପ କମେଣ୍ଟକୁ ବିରୋଧ କରିବାରୁ ତାଙ୍କୁ ସେମାନେ ବ୍ଲେଡରେ ଆକ୍ରମଣ କରିଛନ୍ତି । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ମହିଳାଙ୍କ ମୁହଁରେ ମୋଟ ୧୧୮ ଷ୍ଟିଚ ପଡିଥିବା ଜାଣିବାକୁ ମିଳିଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଏହି ଘଟଣା ହେଉଛି ଭୋପାଲର ଟିଟି ନଗର ଅଞ୍ଚଳର । କୌଣସି ଏକ କାମରେ ସ୍ୱାମୀଙ୍କ ସହ ବଜାର ଯାଇଥିଲେ ଏହି ମହିଳା । ଏହି ସମୟରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ଖରାପ ଶବ୍ଦରେ କମେଣ୍ଟ କରିବା ସହ ଆକ୍ଷେପ କରି କହିଥିଲେ । ତେଣୁ ଏହାକୁ ବିରୋଧ କରିବା ସହ ଯୁବକଙ୍କୁ ଚାପୁଡା ମାରି ଦେଇଥିଲେ ମହିଳା । ସେମାନଙ୍କ ଭିତରେ ପାଟିତୁଣ୍ଡ ବଢିବାରୁ ଜନଗହଳି ହୋଇଯାଇଥିଲା ଏବଂ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ । କିନ୍ତୁ ଏହାପରେ ମହିଳା ସ୍ୱାମୀଙ୍କ ସହ ଯିବା ସମୟରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏକ ବ୍ଲେଡ ଜରିଆରେ ମହିଳାଙ୍କୁ ଆଖି ନିକଟରେ ସେମାନେ ଆକ୍ରମଣ କରିଥିଲେ । ଯାହା ଫଳରେ ମହିଳାଙ୍କ ମୁହଁରେ ଏକ ବଡ କ୍ଷତ ହୋଇଥିଲା । ତେବେ ହସ୍ପିଟାଲରେ ତାଙ୍କ ମୁହଁରେ ମୋଟ ୧୧୮ ଷ୍ଟିଚ ପଡିଥିବା କହିଛନ୍ତି ପୀଡିତା ମହିଳା ।

ତେବେ ଏ ନେଇ ପୋିସକୁ ସୂଚନା ମିଳିବା ପରେ ତଦନ୍ତକାର୍ଯ୍ୟ ଆରମ୍ଭ ହୋଇଛି । ଦୁଇ ଜଣଙ୍କ ବିରୋଧରେ ୩୨୪ ଦଫା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରୁଛି ପୋଲିସ । ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କର କୌଣସି ପରିଚୟ ମିଳି ପାରି ନଥିବା ବେଳେ ଖୋଜାଖୋଜି ଜାରି ରଖିଛି ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.