ଦିଗପହଣ୍ଡି: ଗଂଜାମ ଦିଗପହଣ୍ଡି ଗୋକର୍ଣ୍ଣପୁର ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ । ଏକ ଔଷଧ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ବୋମାମାଡ଼ କରିଥିବା ଅପରାଧୀ ଫେରାର୍ ଥିବା ଜଣାପଡ଼ିଛି ।
ସ୍ଥାନୀୟ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ କରାଯାଇଥିବା ପୋଲିସ ସାନ୍ଦେହ କରୁଛି ।