କୋଚି: କେରଳ ସମୁଦ୍ର ତଟ୍ଟରେ କଣ୍ଟେନର ଜାହାଜରେ ବିସ୍ଫୋରଣ ହୋଇଥିବା ସୂଚନା । ଏହି ଜାହାଜରେ ସିଙ୍ଗାପୁର ପତାକା ଲାଗିଥିବା ଜଣାପଡ଼ିଛି ।
ସୋମବାର ଦିନ ଏହି ଅଘଟଣ ଘଟିଥିବାବେଳେ ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ୪ ଜଣ ନିଖୋଜ ଥିବା ଜଣାପଡ଼ିଛି ।
ଜାହାଜରେ କାର୍ଗୋ କଣ୍ଟେନର ଥିବାବେଳେ ସେଥିରେ ମୋଟ ୨୨ ଜଣ କ୍ରିୟୁ ମେମ୍ବାର ଥିଲେ । ଜାହାଜର ଲମ୍ବ ୨୭୦ ମିଟର ଏବଂ ଚଉଡ଼ା ୧୨.୫ ମିଟର । ଜାହାଜଟି ଜୁନ୍ ୭ ତାରିଖରେ କଲମ୍ବୋରୁ ବାହାରିଥିବାବେଳେ ମୁମ୍ବାଇରେ ୧୦ ତାରିଖରେ ପହଞ୍ଚିବାର ଥିଲା ।
ସୁରକ୍ଷା କର୍ମୀଙ୍କ ଦ୍ୱାରା ନିଖୋଜ କ୍ରିୟୁ ମେମ୍ବରଙ୍କ ସର୍ଚ୍ଚ ଅପରେଶନ୍ ଜାରଇଥିବାବେଳେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।