ମାତ୍ର ଗୋଟିଏ କ୍ଲିକ୍ରେ ଘରେ ପହଞ୍ଚିଯିବ ସଙ୍ଗମ ଜଳ, ହେଲେ ଏହାର ମୂଲ୍ୟ ଶୁଣି ଉଡ଼ିଯିବ ହୋସ
ସଙ୍ଗମ ଜଳ ୧୦୦ ଗ୍ରାମ ବୋତଲର ମୂଲ୍ୟ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଲୋକେ ଯେକୌଣସି ଉପାୟରେ ସଙ୍ଗମରେ ବୁଡ଼ ପକାଇବାକୁ ଛାହୁଁଛନ୍ତି। ଏହି ସମୟରେ ଯେଉଁ ଲୋକେ ପ୍ରାୟଗରାଜ ଯାଇପାରୁନାହାନ୍ତି, ସେମାନଙ୍କ ପାଇଁ ଅନଲାଇନ ଗ୍ରସରି ଡେଲିଭରୀ ପ୍ଲାଟଫର୍ମ ବ୍ଲିଙ୍କିଟ ଗଙ୍ଗା ଜଳ ନେଇ ଆସିଛି। ଅର୍ଥାତ କିଛି ଟଙ୍କା ଦିଅନ୍ତୁ, ଗଙ୍ଗା ଜଳ ଆପଣଙ୍କ ଘରେ ୧୫ ମିନିଟ ମଧ୍ୟରେ ପହଞ୍ଚିଯିବ।
କେତେ ମୂଲ୍ୟ ଏହି ଗଙ୍ଗା ଜଳ: ବ୍ଲିଙ୍କିଟ ନିଜ ପ୍ଲାଟଫର୍ମରେ ଯେଉଁ ସଙ୍ଗମ ଜଳ ବିକ୍ରି କରୁଛି, ତା’ର ମୂଲ୍ୟ ୬୯ ଟଙ୍କା। ପ୍ରଡକ୍ଟ ମୁତାବକ, ଏହି ଜଳ ଗଙ୍ଗା ଏବଂ ଯମୁନାର ସଙ୍ଗମ ଜଳ ବୋଲି କୁହାଯାଉଛି। ଏହି ସ୍ଥାନରେ ସରସ୍ୱତୀ ନଦୀର ଜଳ ମଧ୍ୟ ମିଳିଥାଏ। ଏହି କାରଣରୁ ଏହାକୁ ସଙ୍ଗମ କୁହାଯାଇଥାଏ।
ମହଙ୍ଗା ଗଙ୍ଗା ଜଳ: ଯଦି ଆମେ ମିନେରାଲ ୱାଟର କଥା ଦେଖିବା, ତେବେ ଏହାର ଗୋଟିଏ ଲିଟର ପାଣିର ଦର ୨୦ ଟଙ୍କା।
କିନ୍ତୁ ବ୍ଲିଙ୍କିଟ ମାତ୍ର ୧୦୦ ମିଲିମିଟର ସଙ୍ଗମ ଜଳକୁ ୬୯ ଟଙ୍କାରେ ବିକ୍ରି କରୁଛି। ଅର୍ଥାତ ଏକ ଲିଟର ସଙ୍ଗମ ଜଳ ୬୯୦ ଟଙ୍କା ପଡିବ। ଯାହା ମିନେରାଲ ୱାଟର ତୁଳନାରେ ଖୁବ ମହଙ୍ଗା।