fbpx

ମହଙ୍ଗା ପିଛି କବାଡ଼ିଆକୁ ସ୍କୁଲ ବହି ବିକ୍ରି କରିବା, ପ୍ରଧାନଶିକ୍ଷକଙ୍କୁ ନିଲମ୍ବିନ କଲେ ବ୍ଲକ ଶିକ୍ଷା ଅଧିକାରୀ

Advertisement

ରାଜ୍ୟରେ ଆଜି ମଧ୍ୟ ଏପରି ସ୍ଥାନ ରହିଛି ଯେଉଁଠାରେ ପିଲାମାନେ ଶିକ୍ଷାଠାରୁ ବହୁ ଦୁରରେ ରହିଛନ୍ତି । ଏହାପରେ କରୋନା ମହାମାରୀ ପିଲାମାନଙ୍କ ପାଠପଢାରେ ବଡ଼ ବାଧକ ସାଜି ଆସିଛି । ବର୍ତ୍ତମାନ ଖବର ଆସିଛି ଯେ ଜଣେ ପ୍ରଧାନଶିକ୍ଷକ ପିଲାମାନଙ୍କ ବହିକୁ କବାଡ଼ିଆକୁ ବିକ୍ରି କରି ଦେଇଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ତାଙ୍କୁ ନିଲମ୍ବିତ କରିଛନ୍ତି ।

ଖବର ଅନୁସାରେ ଗତକାଲି ପିଲାମାନଙ୍କୁ ମାଗଣା ବହି ମିଳିଥିବା ବେଳେ ସେଗୁଡ଼ିକୁ କବାଡ଼ିଆକୁ ବିକ୍ରି କରିବା ବେଳେ ଧରା ପଡ଼ିଥିଲେ ପ୍ରଧାନଶିକ୍ଷକ । ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂଙ୍କୁ ନିଲମ୍ବର କରିଥିଲେ । ଗତ ୧୮ ତାରିଖରେ ଏକ ତିନି ଚକିଆ ଅଟୋରେ ବିପୁଳ ପରିମାଣର ବହି ନେଇଯାଉଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା

ପ୍ରଧାନଶିକ୍ଷକ ୧୯-୨୦,୨୦-୨୧,୨୧-୨୨ ଶିକ୍ଷା ବର୍ଷର ପ୍ରାୟ ୩୦୦୦ରୁ ଅଧିକ ବହି ପିଲାଙ୍କୁ ବାଣ୍ଟିବା ବଦଳରେ କବାଡ଼ିଆକୁ ବିକ୍ରି କରି ଦେଇଥିଲେ । ଏହି ଖବରବ ଜଣା ପଡିବା ପରେ ବିଇଓ ମହମ୍ମଦ ଶକିଲୁର ରେହମାନ ଏବଂ ଅନ୍ୟ ତିହନି ଅଧିକାରୀ ବୁଧବାର ସ୍କୁଲ୍ ଯାଇ ଘଟଣାର ତଦନ୍ତ କରିଥିଲେ ।

ଏହି ବିଷୟରେ ଶକିଲୁର ରେହମାନ କହିଛନ୍ତି ଯେ, ଆମକୁ ଏହି ବିଷୟରେ ଅଭିଯୋଗ ମିଳିଥିଲା । ଏବଂ ତଦନ୍ତରେ ଆମେ ପ୍ରଧାନଶିକ୍ଷକଙ୍କ ବିରୋଧରେ ପ୍ରମାଣ ପାଇଥିଲୁ । ଏହି ତଦନ୍ତ ରିପୋର୍ଟ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛୁ । ସେ ଏହି ବିଷୟରେ ନିହିତ କାର୍ଯ୍ୟାନୁଷ୍ଠାନ ନେବେ । ତେବେ ସ୍ଥାନୀୟ ଲୋକେ ଏହି ଘଟଣା ପରେ ଅନ୍ୟ ମାମଲା ଗୁଡ଼ିକରେ ପ୍ରଧାନଶିକ୍ଷକଙ୍କ ସମ୍ପୃକ୍ତି ନେଇ ତଦନ୍ତ ଦାବି କରିଛନ୍ତି ।

Get real time updates directly on you device, subscribe now.