fbpx

ପ୍ରେମରେ ରକ୍ତଛିଟା, ଯୁବତୀଙ୍କୁ ୧୦ରୁ ଅଧିକ ଥର ଛୁରାମାଡ

ଭୁୁବନେଶ୍ୱର: ଆଜିକାଲି ପ୍ରେମରେ ବିବାଦ ଓ ରକ୍ତପାତ ଘଟଣା ସାଧାରଣ ହୋଇଗଲାଣି । ଏହିପରି ଏକ ଘଟଣା ପୁଣି ଯାଜପୁର ଜିଲ୍ଲାରେ ଘଟିଛିି । କୌଣସି କାରଣକୁ ନେଇ ପ୍ରେମିକାକୁ ୧୦ରୁ ଅଧିକ ଥର ଛୁରା ମାଡ କରିଛି ପ୍ରେମିକ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ବରୁଣେଇ ଶିଳ୍ପାଞ୍ଚଳରେ ଘଟିଛି ଏହି ଅଘଟଣ ।

ପୋଲିସର ସୂଚନା ଅନୁଯାୟୀ ଯାଜପୁର ଅଞ୍ଚଳର ଯୁବତୀଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି । ଏବେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ପ୍ରେମିକ ଛୁରାମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.