fbpx

ଆପଣଙ୍କର ଏହି ଜାଗାରେ ଅଛି କି କଳାଜାଇ! ହୋଇପାରନ୍ତି ମାଲାମାଲ

ମନୁଷ୍ୟ ଶରୀରରେ ବିଭିନ୍ନ ସ୍ଥାନରେ ତିଳ ବା କଳାଜାଇ ରହିଥାଏ । ତେବେ ଏହି କଳାଜାଇ ସୌନ୍ଦର୍ଯ୍ୟର ଏକ ଚିହ୍ନ ହୋଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସ୍ଥାନରେ କଳାଜାଇ ରହିଥାଏ । ତେବେ ଏହି କଳାଜାଇ ଯେତିକି ସୁନ୍ଦରତାର ଚିହ୍ନ ହୋଇଥାଏ ସେତିକି ଆପଣଙ୍କ ଭାଗ୍ୟ ଦର୍ଶନକାରୀ ମଧ୍ୟ ହୋଇଥାଏ । ବିଭିନ୍ନ ସ୍ଥାନରେ କଳାଜାଇର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ଶରୀରର ଏପରି ସ୍ଥାନ ରହିଛି ଯେଉଁଠାରେ କଳାଜାଇ ଥିଲେ ଆପଣ ବେଶ ଲାଭବାନ ହୋଇପାରିବେ । ଏହି ସ୍ଥାନରେ କଳାଜାଇ ରହିବାର ଅର୍ଥ ହେଉଛି ଆପଣ ଭାଗ୍ୟଶାଳୀ ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରର କିଛି ଅଙ୍ଗରେ କଳାଜାଇ ରହିବା ଶୁଭ ହୋଇଥାଏ ଏବଂ କିଛି ସ୍ଥାନରେ ରହିବା ଅଶୁଭ ହୋଇଥାଏ । ତେବେ ଯଦି ଆପଣଙ୍କ ଡାହାଣ ପଟ ଗାଲରେ କଳାଜାଇ ରହିଛି ତେବେ ଏହାକୁ ବେଶ ଶୁଭ ବୋଲି ବିବଚେନା କରାଯାଇଥାଏ । ଡାହାଟ ପଟ ଗାଲରେ କଳାଜାଇ ଥିବା ବ୍ୟକ୍ତି ବେଶ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତିମାନଙୟଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଏ । ସେମାନଙ୍କୁ ସମୟ ସମୟରେ ଧନପ୍ରାପ୍ତି ହୋଇଥାଏ ।

କିନ୍ତୁ ବାମ ଗାଲରେ କଳାଜାଇ ରହିବାକୁ ଶୁଭ ବୋଲି ବିବେଚନା କରାଯାଇନଥାଏ । ବାମ ଗାଲରେ କଳାଜାଇ ଥିବା ବ୍ୟକ୍ତି ବେଶ ଖର୍ଚ୍ଚାଳୁ ହୋଇଥାନ୍ତି ବୋଲି ମାନ୍ୟତା ରହିଛି ।

ଅନ୍ୟପକ୍ଷରେ ଯଦି ଆପଣଙ୍କ ମଥାରେ କଳାଜାଇ ରହିଛି ତେବେ ଆପଣ ବେଶ ଧନବାନ ହୋଇପାରନ୍ତି । ଏହାକୁ ବେଶ ଶୁଭ ବୋଲି ବିବେଚନା କରାଯାଇଥାଏ ।

କୌଣସି ବ୍ୟକ୍ତିଙ୍କର ହାତ ପାପୁଲିରେ କଳାଜାଇ ରହିବାକୁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହାର ଅର୍ଥ ଆପଣ ଜୀବନରେ ନିଶ୍ଚିତ ରୂପରେ ସଫଳତା ହାସଲ କରିବେ ।

Get real time updates directly on you device, subscribe now.